Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sivaram Thakur

Others

3  

Sivaram Thakur

Others

ଭଙ୍ଗା କୁଡିଆ

ଭଙ୍ଗା କୁଡିଆ

1 min
178



ଗରିବ ଉପରେ        କେତେ ଦାଉ ସାଜୁ  

    ଆମେ ରହୁ ଭଙ୍ଗା କୁଡିଆ ଘରେ,     

ଥପ ଥପ ପାଣି        ଛାତରୁ ବୁହଇ ,

    ଘରେ ବଢି ହୁଏ ଟିକି ପାଣିରେ ।

ଅଧା ରାତି ଆମେ      ଶୋଇଥିବା ବେଳେ

    ଘଡ ଘଡି ସହ ହେଲେ ବରଷା,

ଚଢି ଖଟିଆରେ        ବାଡି ସାହାଯ୍ୟରେ 

    ସଲଖେ ଖପର ନଛାଡି ଆଶା ।

ଗୋଟିଏ ଜାଗାକୁ       ସଜାଡି ଆସିଲେ

    ଆର ଜାଗାଟିରେ ପାଣି ଝରଇ,

ସଜାଡି ସଜାଡି        ଥକି ଗଲେ ମୁହିଁ

    ବାସନ କୁ ତା’ମା ଦିଏ ଟି ଥୋଇ ।

ମଝିରେ ମଝିରେ       ଉଠି ଫିଙ୍ଗୁ ଥାଉଁ 

    ବାସନ ଭରିଲେ ବର୍ଷା ପାଣିରେ ,

ମନକୁ ତ କଷ୍ଟ        ଲାଗିବ ଅବଶ୍ୟ

    ଜନମ ହେଇଛୁ ଗରିବ ଘରେ ।


Rate this content
Log in