Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Children

4  

Tikeshwar Sahu

Children

ଭଲପାଏ ମୁଁ

ଭଲପାଏ ମୁଁ

1 min
311



ଭଲପାଏ ମୁଁ ଗାଆଁକୁ ମୋର

ଧୂଳିଆ ରାସ୍ତା ତାର

ହେଉ ସେ କାଦୁ ପାଣିରେ ଭରା

ଯେମିତି ରୂପ ତାର |


ଚାଳିଆ ଘର ନଡ଼ା ଛପର

ଝରଇ ଝରା ପାଣି,

ପାଣି ଫୋଟକା ଗଣେ ମୁଁ ବସି

ଓଳଛା ତଳେ ପୁଣି |


ଭଲ ପାଏ ମୁଁ ଫୁଲ ବଗିଚା

ନେତି ନେତିକା ଫୁଲ,

ପରଜାପତି ତରକା ଅତି

ଫୁଲକୁ କରେ ଗେଲ |


ଚୂଲିର ଧୂଆଁ ମଥାନ ଛୁଏଁ

ଉଠଇ ଆକାଶକୁ,

ଘୂରିଘୂରିକା ଉଚ୍ଚକୁ ଉଠେ

ଛୁଅଁଇ ବାଦଳକୁ |


ବାଦଳ ଆସେ ଗାଆଁ ମୁଣ୍ଡରେ

ବରଗଛରେ ବସେ,

ଝିପିଝିପିକା ବରଷାଧାରା

ଗାଆଁ ମାଟିରେ ମିଶେ |


ଭଲପାଏ ମୁଁ ଧାନ କ୍ଷେତକୁ

ସବୁଜ ଓଢ଼ଣୀକୁ,

ମୋ ଆଖି ଦେଖେ ଜନମମାଟି

ପିନ୍ଧିଛି ସେ ଶାଢ଼ୀକୁ |


ଭଲପାଏ ମୁଁ ମୋ ଗାଆଁ ସ୍କୁଲ

ବହି ବସ୍ତାନି ସାରା,

ମୋର ଗୁରୁଜୀ ମୋର ଦେବତା

ସବୁଠୁଁ ଶ୍ରେଷ୍ଠ ପରା |


ଭଲପାଏ ମୁଁ ମୋ ପିତାମାତା

ଗୁରୁ ଓ ଗୁରୁଜନ,

ଏମାନେ ପରା ଜୀବନ ଦାତା

ମୋର ଲାଗି ମହାନ |


ଆମରି ଗାଆଁ ପରିବାରରେ

ଆମେ ସମସ୍ତେ ଏକ,

ଅନେକ ଜନ ଏକଇ ମନ

ଭାବନା ରଖେ ଟେକ |


ଭଲପାଏ ମୁଁ ଗାଆଁ ଅଗଣା

ତାର ସୁନ୍ଦର ରୂପ,

ମୋ ପାଇଁ ଗାଆଁ ସବୁଠୁଁ ଭଲ

ଗୋଟେ ସୁନ୍ଦର ଗପ |


Rate this content
Log in