STORYMIRROR

Shubhra Suchitra Mahanta

Others

3  

Shubhra Suchitra Mahanta

Others

ଭିଟାମାଟି

ଭିଟାମାଟି

1 min
217

ଭିଟାମାଟି ଠାରୁ ଯେତେ ଦୂରରେ ରହିଲେ ବି

କେବେ ତା ପ୍ରତି ଥିବା ମୋହ

ତୁଟାଇ ହୁଏନା

ଭିଟାମାଟିକୁ କେବେ ଭୁଲି ହୁଏନା......


କେଉଁଠାରେ ନିଜ ଉଆସ ତିଆରି ଥିଲେ ବି 

ପୂର୍ବପୁରୁଷ ଗଢି ଯାଇଥିବା 

ମାଟିଘର ସରି ଲାଗେନା 

ଭିଟାମାଟିକୁ କେବେ ଭୁଲି ହୁଏନା...... 


ମନୁଷ୍ୟକୃତ ପାର୍କ୍ ଯେତେ ଭଲ ଲାଗୁଥାଉ

ପ୍ରାକୃତିକ ପର୍ବତ ଝରଣା 

ପରି ଆନନ୍ଦ ଦିଏନା 

ଭିଟାମାଟିକୁ କେବେ ଭୁଲି ହୁଏନା...... 


ରୁଦ୍ଧ କୋଠରୀରେ ବନ୍ଦ ହୋଇ ରହିଗଲେ 

ଅଶାନ୍ତି ସରି ଯାଏନା 

ଶାନ୍ତି ମିଳେନା 

ଭିଟାମାଟିକୁ କେବେ ଭୁଲି ହୁଏନା..... 


ପକ୍ଷୀଙ୍କ ରାବ, ଗୋଧୂଳି ସମୟ, ସାଙ୍ଗସାଥୀ 

ଭଲ ପାଇବା କେଉଁଠି ମିଳେନା 

ସତ ରେ ବନ୍ଧୁଗଣ 

ଭିଟାମାଟିକୁ କେବେ ଭୁଲି ହୁଏନା...... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍