ଭିଟାମାଟି
ଭିଟାମାଟି
ଦୁନିଆଁରେ ଯେତେ ତୀର୍ଥ ସ୍ଥାନ ଅଛି
ସବୁ ତ ବୁଲିଲି ମୁହିଁ
ଦେଖି ପାରିଲିନି ମୋ ଗାଆଁ ପରିକା
ପବିତ୍ର ଜନମ ଭୂଇଁ ।
ଫେରି ଆସିଲି ମୁଁ ମୋ ଗାଆଁ ମାଟିକୁ
ପାଇଲି ସରଗ ସୁଖ
ଯେଉଁ ମାଟିରେ ମୁଁ ଜନମ ଲଭିଛି
ଦେଖିଲି ତା'ର ଶ୍ରୀମୁଖ।
ମାତାଙ୍କ ଗର୍ଭରୁ ଜନ୍ମ ହୋଇ ଦିନେ
ପଡ଼଼ିଥିଲି ଏହି ମାଟିରେ
ବାପାଙ୍କ ପାାରେ ପାଦ ମିଶାଇ ମୁଁ
ଚାଲିବା ଶିଖିଲି ଏଠାରେ।
ଭାଇ ଭଉଣୀଙ୍କ ଅଳିଅଳ ହୋଇ
ଆଗେ ଅଗ୍ରସର ହେଲି
ଗ୍ରାମବାସୀୀଙ୍କର ସ୍ନେହ ପ୍ରେମ ପାଇ
ଧୀରେଧୀରେ ବଡ଼ ହେଲି।
ଝିଅର ଜନମ ପର ଘର ପାଇଁ
ରହିଛି ପୁରାଣ ଶାସ୍ତ୍ରେ
ତେଣୁ କରି ଆଜି ମୋର ମାଆ ମାଟି
ପର କରିଦେଲା ମତେ ।
ଶରୀରଟା ସିନା ବିଦାୟ ନେଇଛି
ବସା ବାନ୍ଧି ଅଛି ମନ
ଯେଉଁଠି ଥିଲେ ବି ମିଳିବନି ମତେ
ଏମିତି ପବିତ୍ର ସ୍ଥାନ ।