ଭିଟାମାଟି ର ବାସ୍ନା
ଭିଟାମାଟି ର ବାସ୍ନା
କୌଣସି ଅର୍ଥ ବିନିମୟ ରେ
ଯଦି ସ୍ଵପ୍ନସବୁକୁ କିଣାଯାଇ ପାରନ୍ତା
ଆଉ ସ୍ବପ୍ନ ରେ ନିଜ ପସନ୍ଦ ର ରଙ୍ଗ
ଲାଗିପାରିଥାଆନ୍ତା,
ତେବେ ତା ହୃଦୟର ଅବ୍ୟକ୍ତ ଯନ୍ତ୍ରଣା ସବୁକୁ
ସେ ଢେର ଦେଇ ଜୋର କରି ବନ୍ଦ କରିବାର
ଶତଚେଷ୍ଟା କରନ୍ତାନି କେବେହେଲେ
ଓଠରେ ସେ ହସ ର ଫୁଆର ଫୁଟେଇ।
ଭିଟାମାଟି କୁ ବଞ୍ଚେଇବାର ସେ ପ୍ରୟାସ
ତାକୁ କରିଛି କ୍ଷତାତ୍କ ଆଉ ରକ୍ତ ଜୁଡୁବୁଡୁ,
ନିଜ ମାଟିର ଇଜ୍ଜତ ପାଇଁ ସେ ନିଜ
ଭୋକ ର ଜ୍ଵାଳା କୁ ବି ଭୁଲି ଯାଇଛି।
ଭିଟାମାଟି ରୁ ଉଚ୍ଛେଦ ତାକୁ ଦେଇଛି
ଯମ ଯନ୍ତ୍ରଣା ଆଉ ତା ସ୍ବପ୍ନ ର ସେ
ମଖମଲ୍ଲ ସୌଧ ଉପରେ ସତେ ଅବା
ଚଢ଼ିଯାଇଛି ବଡ଼ ଲୋକିଆଙ୍କ ଲାଳସା ର ବିରାଟ ଚା
ଦର
ସ୍ବପ୍ନ ତାର ଧୂଳିସାତ ଆଉ ସିଏ ପାଲଟିଯାଇଛି
ଜିଅନ୍ତା ଶବ ଟିଏ ।
ଭିଟାମାଟି ରେ ସେ ତାର ସ୍ମୃତି କୁ କବର ଦେଇ
ଆଉ କିଛି ସାଉଁଟି ନେଇ ଆସିଛି
ଚିରା ଗାମୁଛାରେ ଗୋଟେଇ,
ଏଠି ପରା ମାନବିକତା ଗୋଟିଏ ଶସ୍ତା ଚିଜ
ତେଣୁ ବିସ୍ଥାପିତ ର ବେଦନା କୁ ଅବା
ବୁଝିବ କିଏ?
ବୁଝିବ କିଏ ଯେ କୋଉ ପୁରୁଷ ଅମଳ ର ଇତିହାସ ର
ପୃଷ୍ଠା ତାର ଆଧୁନିକ ସମାଜ ର
ଲୋଭ ର ସାଗର ରେ ବିଲୁପ୍ତ ପ୍ରାୟ,
ଭିଟାମାଟି ର ବାସ୍ନା କୁ ଆଘ୍ରାଣ କରିବା ପାଇଁ
ସେ କେତେ ବ୍ୟାକୁଳ ହେଲେ ସବୁ କିଛି
ନିରର୍ଥକ ଆଉ ଲାଭଶୂନ୍ୟ ।
କୌଣସି ଅର୍ଥ ବିନିମୟ ରେ
ଯଦି ସ୍ଵପ୍ନସବୁକୁ କିଣାଯାଇ ପାରନ୍ତା।