STORYMIRROR

Baman Chandra Dixit

Others

3  

Baman Chandra Dixit

Others

ଭିନ୍ନ ଏକ ଆକାଂକ୍ଷା

ଭିନ୍ନ ଏକ ଆକାଂକ୍ଷା

1 min
156


ବାମନ ଚନ୍ଦ୍ର ଦୀକ୍ଷିତ


ହଜେଇ ଦିଅନା ତୁମ ଅଜଣା ରାଇଜେ

ତୁମ ଠିକଣା, ଉଦ୍ଦେଶ୍ୟ ତୁମର

ଆଶା ଅଭିଳାଶା ର ଇନ୍ଦ୍ରଜାଲ

ଶୋଷିଲା ଆଖି ର ମୃଗତୃଷ୍ନା

କେବଳ କାଳ୍ପନିକ ମାୟା ର ମହକ

ଝଲ ମଲ ରୂପେଲି କିରଣ ର କାୟା

ଦିଗ ହଜା ପକ୍ଷୀରାଜ ଘୋଡା

ସ୍ୱପ୍ନିଳ ବଉଦ ପ୍ରାଚୀର କୁ ଡେଇଁ।

ଭାବନା,ଖପ୍ କିନା ଧରିନେବି

ରୁପା ରଜ୍ଜୁ ପରିବେଷ୍ଟିତ ମାଣିକ ଫଳକ

ଜାବୁଡି ଧରି ନେବି ଆକାଂକ୍ଷା ତୁମର।


ମୁଁ ନୁହଁ ତାରା ରାତି ଆକାଶର

ଅବା ଚାନ୍ଦ ପୁନେଇଁ ଛାତି ର।

ମୁଁ ବି ନୁହେଁ ତୁମ ଅଗଣା ର

ସମସ୍ତ ଅନ୍ଧାରୀ କୋଣ କୁ

ଝଲମଲ କରିବାର ସୁନେଲି ସପନ।

ଜଳେଇ ଦିଅନା ମୋତେ ଏକାଥରେ

ଦୀପାବଳୀ ର ଫୁଲଝରୀ ପରି

ଫୁର କିନା ଜଳିଗଲା ପରେ

ଫିଙ୍ଗି ଦେବା ପାଇଁ ଅଲୋଡା ଅବହେଳିତ।

ଜବର୍ଦ୍ଦସ୍ତି ବୋହି ପାରିବିନି ମୁଁ

ଯେତେ ସବୁ ତୁମ ଆଶା ଅଭିଳାଶା।


ମୁଁ ଚାହେଁ ଉଡ଼ିବାକୁ ମୋ ନିଜ ଆକାଶ

ଡେ଼ଇଁବାକୁ ଜହ୍ନ ସାଥେ ନଈ ର ଢେଉରେ

ଲୁଚକାଳି ଖେଳୁ ଖେଳୁ ହସିବାକୁ

ଗହଳିଆ ପତର ଫାଙ୍କରୁ।

ଅଳ୍ପ ଟିକେ ବିଶ୍ବାସ ବୋଳି ଦିଅ

ମୋର କୁଞ୍ଚିତ ଚିନ୍ତାଗ୍ରସ୍ତ କପାଳେ।

ବୁଣିଦେବି ମୁଠା ମୁଠା ସୁନେଲି ମୁରୁଜ,

ଅଜାଡ଼ି ଦେବି ମୁଁ ଅନେକ ଭରସା।

ଯେତେ ସବୁ ଆଶା ଏବଂ ଅଭିଳାଶା ତୁମ

ସମସ୍ତଙ୍କୁ ଠୁଳ କରି ସଜେଇ ଦେବି

ମୋ ନିଜର ଆକାଂକ୍ଷା ରଙ୍ଗରେ।

ତୋଳିବାକୁ ଦିଅ ମୋତେ

ନିଆରା ,ଭିନ୍ନ ଏକ ଆକାଂକ୍ଷା;

ମୋ ନିଜସ୍ୱ ଆକାଂକ୍ଷା।।

***********************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍