STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଭିନ୍ନ ଭିନ୍ନ ନାମ

ଭିନ୍ନ ଭିନ୍ନ ନାମ

1 min
397


ଗୋଟିଏ ଠାକୁର ଭିନ୍ନ ଭିନ୍ନ ନାମ

ପୂଜିବି କେବେ କାହାକୁ

ବାରବ୍ରତ କରି ତଥାପି ମଣିଷ  

ଭୋଗେ ନିଜ କର୍ମଫଳକୁ

କିଏ କହେ ପୂଜେ ଶମ୍ବୁକୁ

ତୋ ସକାଳ ପାପ ଯିବ

ଆଉ କିଏ କହେ ଡାକେ ହରିଙ୍କୁ 

ବୈକୁଣ୍ଠ ପ୍ରାପ୍ତି ହେବ

କିଏ କହେ ଲକ୍ଷ୍ମୀଙ୍କୁ ପୂଜେ

ଧନଧାନ୍ୟ ପୂର୍ଣ୍ଣହେବ

କିଏ କହେ ମଙ୍ଗଳାକୁ ପୂଜେ

ତୋର ମଙ୍ଗଳ ହେବ

କିଏ କହେ ହନୁମାନଙ୍କୁ ପୂଜେ 

ସଙ୍କଟ ହରଣ ହେବ

କିଏ କହେ ଏ ଓଷା କରେ

କାଲି ଅନ୍ୟ ବାରବ୍ରତ

ଏ ପୂଜାକରି ସେ ପୂଜା କରି

ଭାଙ୍ଗିଲାଣି ସବୁବଳ 

ମନରେ ବିଶ୍ବାସ ରଖି କର୍ତ୍ତବ୍ୟ କଲେ

ଶୁଣିବେ ନିଶ୍ଚୟ ଠାକୁର

କର୍ତ୍ତବ୍ୟ ନ କରି ପ୍ରଭୁଙ୍କୁ ଭଜିଲେ

ଶୁଣିବେନି କେଉଁ ଠାକୁର ।



Rate this content
Log in