ଭିଜା ମାଟି
ଭିଜା ମାଟି
ଭିଜା ବର୍ଷା ମାଟି ଦେହର ବାସ୍ନା
ଅଙ୍ଗେ ଭରି ଯାଏ
କାଦୁଅ ଛିଟାରେ ପାଦ ପଡ଼ି ଚିହ୍ନ
ପଥ ହଜି ଯାଏ ।
ଟୋପା ଟୋପା ଜଳ ସହସ୍ର ସହସ୍ର
ମିଶି ଏକାଠି
ରୁଣ୍ଡ ହେଲା ପରେ ସବୁ ଜଳରାଶି
ପଦ୍ମ ଦିଏ ହସି ।
ପ୍ରଥମ ବର୍ଷା ଛିଟା ପଡ଼ିଲେ ମାଟିରେ
ସୁଗନ୍ଧ ଆସେ ଉଠି
ମୟୂର ନାଚ କରେରିମ୍ ଝିମ୍
ବରଷାରେ ଭିଜି ।
ଭିଜା ସକାଳର ସୁନେଲିରବି
କିରଣ ବାଜି
ବନ ଲତା ପୁଷ୍ପ ଚେଇଁ ଉଠନ୍ତି
ମାଟିରେ ଭେଦି ।
ଜହ୍ନର କିରଣ ଭିଜା ମାଟି ସକାଳ
କୋଇଲିରରାବ
କାନନ ଗନ୍ଧରେ ଝୁମି ଉଠେ
ରାଧା କୃଷ୍ଣ ଭାବ ।
ଭିଜା ଭିଜା ମାଟିର ଗନ୍ଧରେ
ଚେଇଁ ଉଠେ ଶାମୁକା
ଭିଜା ଭିଜା ମାଟିର ଗନ୍ଧରେ
ଚେଇଁ ଉଠେ ରଜନୀଗନ୍ଧା
ଭିଜା ଭିଜା ମାଟିର ଗନ୍ଧରେ
ହସେ ପୁଷ୍କରିଣୀ
ଭିଜା ଭିଜା ମାଟିର ଗନ୍ଧରେ
ହସେ ଧରଣୀରାଣୀ ।
