STORYMIRROR

Pravat Kumar Mohapatra

Others

3  

Pravat Kumar Mohapatra

Others

ଭିଜା ମାଟି

ଭିଜା ମାଟି

1 min
370

ପ୍ରଥମବର୍ଷାର ମାଟିଭିଜା ବାସ୍ନା ଆହାକେଡେ ସୁମଧୂର

ସେ ବାସ୍ନାକୁ ତୁମେ ଗ୍ରହଣ କରିଛ ସେ ମିଳନ ଚମତ୍କାର,

ସେ ଭିଜା ମାଟିର ଅଭୂଲା ପ୍ରୀତି କବିକୁ ଦିଏ କବିତା

ନାଲି ଛିଟା ରଙ୍ଗ ସବିତାର ସଙ୍ଗ ଯେପରି ଦିଏ ଯେ ବାର୍ତ୍ତା ।

ଧୂଳି ବସିଯାଏ ମାଟିଭିଜି ଯାଏ ପବନ ନିଏ ଉଡାଇ

ବାଣ୍ଟି ଦିଏ ସେହି ସବୁ ରାଇଜରେ ଯେଉଁଠି ଏହା ଘଟଇ ।

ପଡ଼ିଥିବା ମଂଜି ପାଇ ସେ ମିଳନ ଟେକି ଦିଏ ତାର ମଥା

ଆଜି ସେ ଉଙ୍କିଛି ଅଦମ୍ୟ ତାପରୁ ଖସି ଯାଇଛି ତା ବ୍ୟଥା ।

କେକି ନାଚେ ଦେଖି ଅଦ୍ଭୂତ ମିଳନ ଲୁଚେ କୋଇଲିର ସ୍ୱର

ହଳଦୀ ବସନ୍ତ ଆଜି ମୃତ୍ତିମନ୍ତ ଧନ୍ୟ ମହିମା ତୁମର ।

କେବେ ଗ୍ରୀଷ୍ମ ଆସେ କେବେ ବର୍ଷା ଆଉ ଟାଣ ଶୀତ ଆସେ ତ କମ୍ପଇ

ବସନ୍ତ ଆସିଲେ ପ୍ରଜାପତି ବୁଲେ ଗଛେ ଗଛେ ଫୁଲ ଛାଇ

ଏସବୁ ଭିଆଣ ପ୍ରକୃତିର ଜାଣ ସୃଷ୍ଟିକର୍ତ୍ତାଙ୍କ ଏଖେଳ

ଆଲୋ ଭିଜାମାଟି ଆସୁଛି ବରଷା ହଜିଯିବ ତୋର ବେଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍