STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

ଭିଡ଼ ଭିତରେ ମୁଁ...

ଭିଡ଼ ଭିତରେ ମୁଁ...

1 min
11.8K

ବହୁ ଦିନ ର ବ୍ୟବଧାନ ପରେ 

ବେଶ କିଛି ସମୟର ଅନ୍ତରରେ 

ଛୋଟ ବଡ଼ କେତେଟା ଶୂନ୍ୟସ୍ଥାନକୁ 

ବଡ଼ ହିସାବରେ ପାରି ହେଉଥିଲା 

ବୟସ୍କା ବୋଲାଉଥିବା ନାରୀଟିଏ l


ଆଜି କାଲି ଆଉ ନାହିଁ ସେ ପୁରୁଣା ସମ୍ପର୍କ 

ଖୁବ ନିଜର ବୋଲାଉଥିବା ଦର୍ପଣ ସହ 

ସମ୍ପର୍କ ବା ଆଉ କେତେ କାଳ ଅନିଶ୍ଚିତତାରେ 

ନେଉଥାନ୍ତା ନିଶ୍ୱାସ 

ଏବେ ଖାଲି ଟଳମଳ ହେଉଥିବା ବିଶ୍ୱାସ 

ଜୀବନ ପରିଧି ଭିତରେ ଆତଯାତ ହେଉଥାନ୍ତି

ବିନା ବାକ୍ୟ ବିନିମୟରେ l


ଏଇନା ତ ଆରମ୍ଭ ହେଇଥିଲା 

କେତେଶୀଘ୍ର ପ୍ରସ୍ତୁତ ହେଉଛି ଯବନିକା ପ୍ରବେଶିବାକୁ ମୋ ପରିଚିତ ପୃଥିବିର ପରିସର କୁ 

କେତେ ବଞ୍ଚିଲି କେତେ ସଞ୍ଚିଲି 

କେତେ ପାଇଲି କେତେ ହାରିଲି 

ସବୁ କେମିତି ଏକ ଅମୁହାଁ ଦେଉଳ ସଦୃଶ୍ୟ 

ଠିଆ ହେଇଛି ଅସ୍ତିତ୍ୱ ବିହୀନ ଖୁଣ୍ଟଟିଏ ପରି l


ସବୁ ଚିଂହା ପରିଚିତ ମୁହଁ 

ଅପରିଚିତ ହେବାର ପାଷାକ ତଳେ 

କୁଚି ନଜାଣିବାର ସୁଆଙ୍ଗ କରୁ କରୁ 

ସମୟ ପରି ହେଇଯାଏ ଲମ୍ବା ପାହୁଣ୍ଡ ପକେଇ 

ଆକାଶ ରୁ ପୃଥିବୀ ଯାଏ ;

ସ୍ବପ୍ନ ରୁ ବାସ୍ତବ ଯାଏ ;

ଜୀବନରୁ ମୃତ୍ୟୁ ଯାଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍