ବହି
ବହି
ରତ୍ନଗର୍ଭା ସବୁବେଳେ ମୁଁ
ବାଣ୍ଟୁଥାଏ ଅମାପ ଅମାପ ଜ୍ଞାନ
ସଂଦେହୀ ପିପାସୁ ଉଖାରନ୍ତି
ଲୋମ ଲୋମ ମୋର
ସଜ୍ଞା ମଡୋଉଥିବା
ଧବଳ ସ୍ମଶ୍ରୁଧାରୀ ମୂନୀଋଷି,
ପରସନ୍ତି
କେତେ ଯତନା କେତେ ନିର୍ଜତନାର କାହାଣୀ
କ୍ରାନ୍ତିର ବର୍ତ୍ତା ବହନ କରେତ ,
ହସର ଖୋରକ ଯୋଗାଏ କେବେକେବେ
ଆମନ୍ତ୍ରଣ କରେ ବି ପ୍ରିୟାକୁ କାରେ ,
ବିଦ୍ଗଧ ନିଶାରେ ବୁଡାଏ କାହାକୁ
ଯୁଗ ପରେ ଯୁଗ
ବିଜ୍ଞାନର କୌପିନୀ ପିନ୍ଧି
ଗଢେ ଭାଙ୍ଗେ କେତେ ନୂଆନୂଆ ମନ୍ତ୍ର
ପେଟ ମୋର ଭର୍ତ୍ତୀ,
ଆଲମାରୀ ଆଲମାରୀ ମୋର କାୟା
ମନ୍ଦିରେ ମୋର କେତେ ଧ୍ୟାନରତ ଯୋଗୀ
ସମ୍ପର୍କର ଜରିଲଗା ଡୋରୀ ,
ମାଆକୁ ଗୁରୁ କରି
ପିନ୍ଧେ ମୁଁ ନାନାଜାତି ବସ୍ତ୍ର
ସଦଭାବନାର ବୀଜବୁଣି
ମନ୍ତ୍ରମୁଗ୍ଧ କରେ
କାରେ ପୁଣି ବାଗ୍ମୀତା ପ୍ରକାଶେ ,
କଣ୍ଟାବୁଦାରୁ ଫୁଲତୋଳି
ପୁଣି କା ଗଭାରେ ଲଗାଅ
ଆମନ୍ତ୍ରଣ ନିମନ୍ତ୍ରଣର ଫରକ ବୁଝୁନଥିବା
ମୁଁ ଏକ ଉଦଜାନ ବୋମା
ବିଚ୍ଛୁରିତ ରଶ୍ମୀ ମୋର
ପ୍ରକାଶେ ଇନ୍ଦ୍ରଧନୁରଙ୍ଗ
ସାମାନ୍ୟ ଜ୍ଞାନର କିରଣେ
ସାମାନ୍ୟ ଜ୍ଞାନର କିରଣେ
