STORYMIRROR

pratap nayak

Others

4  

pratap nayak

Others

ବହି

ବହି

1 min
134


ରତ୍ନଗର୍ଭା ସବୁବେଳେ ମୁଁ

ବାଣ୍ଟୁଥାଏ ଅମାପ ଅମାପ ଜ୍ଞାନ

ସଂଦେହୀ ପିପାସୁ ଉଖାରନ୍ତି 

ଲୋମ ଲୋମ ମୋର

ସଜ୍ଞା ମଡୋଉଥିବା 

ଧବଳ ସ୍ମଶ୍ରୁଧାରୀ ମୂନୀଋଷି,

ପରସନ୍ତି

କେତେ ଯତନା କେତେ ନିର୍ଜତନାର କାହାଣୀ

କ୍ରାନ୍ତିର ବର୍ତ୍ତା ବହନ କରେତ ,

ହସର ଖୋରକ ଯୋଗାଏ କେବେକେବେ

ଆମନ୍ତ୍ରଣ କରେ ବି ପ୍ରିୟାକୁ କାରେ ,

ବିଦ୍ଗଧ ନିଶାରେ ବୁଡାଏ କାହାକୁ 

ଯୁଗ ପରେ ଯୁଗ

ବିଜ୍ଞାନର କୌପିନୀ ପିନ୍ଧି 

ଗଢେ ଭାଙ୍ଗେ କେତେ ନୂଆନୂଆ ମନ୍ତ୍ର

ପେଟ ମୋର ଭର୍ତ୍ତୀ,

ଆଲମାରୀ ଆଲମାରୀ ମୋର କାୟା

ମନ୍ଦିରେ ମୋର କେତେ ଧ୍ୟାନରତ ଯୋଗୀ

ସମ୍ପର୍କର ଜରିଲଗା ଡୋରୀ ,

ମାଆକୁ ଗୁରୁ କରି 

ପିନ୍ଧେ ମୁଁ ନାନାଜାତି ବସ୍ତ୍ର

ସଦଭାବନାର ବୀଜବୁଣି

ମନ୍ତ୍ରମୁଗ୍ଧ କରେ

କାରେ ପୁଣି ବାଗ୍ମୀତା ପ୍ରକାଶେ ,

କଣ୍ଟାବୁଦାରୁ ଫୁଲତୋଳି 

ପୁଣି କା ଗଭାରେ ଲଗାଅ

ଆମନ୍ତ୍ରଣ ନିମନ୍ତ୍ରଣର ଫରକ ବୁଝୁନଥିବା 

ମୁଁ ଏକ ଉଦଜାନ ବୋମା

ବିଚ୍ଛୁରିତ ରଶ୍ମୀ ମୋର

ପ୍ରକାଶେ ଇନ୍ଦ୍ରଧନୁରଙ୍ଗ

ସାମାନ୍ୟ ଜ୍ଞାନର କିରଣେ

ସାମାନ୍ୟ ଜ୍ଞାନର କିରଣେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍