STORYMIRROR

Hasyamayee Raj

Others

3  

Hasyamayee Raj

Others

ଭଗ୍ନ ପ୍ରତିଛବି

ଭଗ୍ନ ପ୍ରତିଛବି

1 min
322

ତୁମେ ଛାତି ଫୁଲେଇ ଚାଲୁଥିଲ

ତୁମ କଳ୍ପନାର ରାଜ ରାସ୍ତାରେ,

ଆଙ୍କୁଥିଲ ଅବଶିଷ୍ଟ ଜୀବନର ଚିତ୍ର

ବାନ୍ଧି ହୋଇ ଯାଉଥିଲ

ଆଗାମୀର ଅସରନ୍ତି ଫର୍ଦ୍ଦରେ ।

ତମ ତେଲ ଲୁଣର ଦୁନିଆଟା

ଭରୁଥିଲା ଆସ୍ଥା,

ତୁମେ ପରଖୁଥିଲ

ଟୋପି ଟୋପି ଝାଳ ବିନ୍ଦୁରୁ

ସଞ୍ଚିଥିବା ତୁମ ଆଶାର କୁମ୍ପିକୁ

କେବେ ସେ ଛୁଇଁ ପାରିବ

ତୁମ ସମ୍ଭାବନାର ରାଜରାସ୍ତା ।

ଏବେ ସବୁ ଠିକ୍ ଠାକ୍

କଳ୍ପନା ସାକାର ରୂପରେ

ତା'ର ପରିପୂର୍ଣ୍ଣ ଉପଲବ୍ଧି

ତୁମ ସାମ୍ନାରେ ।

ହେଲେ ରାସ୍ତା ସରିଯାଇଥିଲା

ତୁମ ପାଇଁ

ଜିଇଁବାର ଅସରନ୍ତି ଶୋଷ ଭିତରେ

ଉପହାସ କରୁଥିଲା ଭାଗ୍ୟ,

ଅମାନିଆଁ ଲୁହ ଭିତରେ

ତୁମେ ଦେଖୁଥିଲ

ଧ୍ବସ୍ତ ବିଧ୍ବସ୍ତ

ତୁମ ଛିନ୍ନ ଅବୟବ।

କିଛି ଭାବିବା ପୂର୍ବରୁ

ତୁମେ ଶୁଣୁଥିଲ

ଆତ୍ମାର ବିକଳ ଚିତ୍କାର

ତାହା ଥିଲା ତୁମ ପାଇଁ

ଶେଷ ପୁରସ୍କାର ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍