Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ZYOTSNA PATRAW

Others

5.0  

ZYOTSNA PATRAW

Others

ଭଗବାନଙ୍କୁ ଲାଜ୍ଜ

ଭଗବାନଙ୍କୁ ଲାଜ୍ଜ

1 min
419


ଭଗବାନଙ୍କୁ ଲାଜ୍ଜ
ମୋ ସୃଷ୍ଟିକୁ ଲାଜ୍ଜଲାଗେ
ତୁମକୁ ଦେଖିଲେ
କେତେ ଆଉ ଭଲ କରି
ଗଢିଥାନ୍ତି ତୁମକୁ ମୁଁ
କୁହ ହେ ତରୁଣୀ
ତୁମ ଓଷ୍ଠ କପୋଳ ତିଆରି ପାଇଁ
ଦେଇଛି ମୁଁ ଅନେକ ସମୟ
ଯେତେବେଳେ ଗଛମାନେ କହୁଥିଲେ
ହେ ଭଗବାନ,
ଆମକୁ ପତ୍ର ଫୁଲ ଫଳ ଦିଅ
ଆମେ ରଖିବୁ ତୁମରି ସୃଷ୍ଟିକୁ
ତୁମ ସର୍ଜନାକୁ।
ମୁଁ କିନ୍ତୁ ଶୁଣିଲିନି
ମଜିଗଲି ବିଭୋର ଶିଳ୍ପୀର ଚିନ୍ତାରେ
ତୁମକୁ ଗଢିବାରେ
ଯେତେବେଳେ ନଦୀମାନେ କହୁଥିଲେ
ହେ ଭଗବାନ
ଗଛ ଦିଅ ଗଛ ପୋତ ଆମରି ପାଖରେ।
ହାୟ ଏବେ ମୁଁ ସତେ କେତେ ନିରୁପାୟ
ସେହି ନଦୀ ଗ୍ରାସିବାକୁ ବସିଅଛି
ପ୍ରଖର ଜଳରେ
ତୁମର ଏ ଶରୀରଟା
ଯୁବକକୁ ଅନ୍ଧାର କୋଳରେ
ଖାଲି ଗଛ ଆଉ ମୁଁ କାନ୍ଦୁ ଭୋ ଭୋ
ନଦୀ ଆଉ ତୁମର ନୂଆ ସର୍ଜନାରେ
ନୂଆ ସର୍ଜନାରେ।
Zyotsna patraw, Assistant Collector,puri


Rate this content
Log in