ଭଦ୍ରମୁଖା
ଭଦ୍ରମୁଖା
ଭଦ୍ରମୁଖା ଧାରୀ ଅଛନ୍ତି ଥୋକାଏ
ପାରିବନି ତାଙ୍କୁ ଧରି।
ମହାକାଳ ଫଳ ଉପରେ ସୁନ୍ଦର
ଭିତରେ ଅଙ୍ଗାର ପରି।।
ସଭା ସମିତିରେ ଭାଷଣ ଦିଅନ୍ତି
ଚରିତ୍ର ସୁଧାର କରି।
ମଞ୍ଚୁ ଓହ୍ଲାଇଲେ ହୃଦୟେ ତାଙ୍କର
କଳଙ୍କ ଯାଉଛି ଭରି।।
ପର ଝିଅ ଠାରେ ନଜର ପକାନ୍ତି
ଠଇବି ସୁନ୍ଦରୀ ସ୍ତିରୀ।
ନାବାଳିକାଟିକୁ କରନ୍ତି
ଧର୍ଷଣ
ଧରମ ଦିଅନ୍ତି ସାରି।।
ଧରା ପଡ଼ିଯିବା ଭୟରେ ଦିଅନ୍ତି
ଧର୍ଷିତାକୁ ସିଏ ମାରି।
ପଇସା ବଳରେ ପୋଲିସ ଓ ନେତା
ଥାଆନ୍ତି ହାତେ ତାଙ୍କରି।।
କଥା କଥାକେ ଗୁଳି ବନ୍ଧୁକ ଭୟ
ଜନତା ଯାଆନ୍ତି ସରି।
ଧୋବ ଧୋବଲିଆବସବୁ ସାଜିଥାନ୍ତି
ସେଇ ଭଦ୍ରମୁଖା ଧାରୀ।।