ଭଦ୍ର ମୁଖା
ଭଦ୍ର ମୁଖା

1 min

240
ମୁଖାଟା ଉତାରି
ଫିଙ୍ଗି ଦେଲା ପରେ
କି ଆଶ୍ଚର୍ଯ୍ୟ !
ସେଇ ମୁଖାତଳେ
ଲୁଚି ରହିଥିବା ଚେହେରାଟି
କଣ ହେଇପାରେ
ଏତେ କଦର୍ଯ୍ୟ !
ସତ ସତିକା ହସ ଭଳି
ହସିଦିଅନ୍ତି ଦେଖି,
ଅସହାୟ କୁଟାଖିଅଟେ
ପରି ଅନେକେ ଭାସିଯାଆନ୍ତି
ମିଛରେ ବଢ଼ିଆସିଥିବା
ସେଇ ସାହାଯ୍ୟର ହାତଟିକୁ
ସାଥିରେ ଜାବୁଡି ରଖି l
ମୁହଁଟାକୁ ଭଦ୍ରମୁଖା ତଳେ
ଲୁଚାଇ କି ଗର୍ବ
ସତେ ଅବା କରୁଛ,
ଭୁଲିଯାଇ ସ୍ୱାଭିମାନ
ଆତ୍ମଗ୍ଲାନିର ପାହାଡ
ତଳକୁ ନିଜକୁ ନିଜେ
ଠେଲି ହେଇ ଯାଉଛ l