STORYMIRROR

Jyotsnarani Panda

Others

3  

Jyotsnarani Panda

Others

ଭଡ଼ାଘର

ଭଡ଼ାଘର

1 min
208

ପରାଧୀନତାରେ ଆଉଟି ହୋଇ 

ଏକ ଆକ୍ତାମାକ୍ତା 

ଜୀଵନ ଜୀଉଁଥିବା ଲୋକ ହିଁ କଳିପାରେ 


ସେ ଦୁଃଖର ଓଜନ

ସେ ବିଷାଦର ଵ୍ୟାସ 

ପରିତାପର ପରିଧିକୁ ....

 

କିଏ ବା କାହିଁକି ଇତର ଲୋକ ମାପିବ 

ସେ ଅନ୍ତର୍ଜ୍ଵଳନକୁ .....


ନିଜ ମାଟି କୁଡିଆ 

ନିଜ ପାଇଁ ସ୍ଵର୍ଗସୁଖ 

 କିନ୍ତୁ 

ଭଡାଘରର ଆଦଵ କାଏଦା ଭିତରେ 

ଅଣନିଃଶ୍ୱାସୀ ହୋଇ 

ଆଲିଶାନ୍ ବଙ୍ଗଳା ଵି 

ଖୁବ୍ ଯନ୍ତ୍ରଣାଦାୟକ .....


ନିଆଁ ପାଣି ପବନ 

ସଵୁଥିରେ ଯେମିତି 

ଏକ ପ୍ରକାର ରୋକ୍ 

 ଏକ ଘରକିଆ ବାସନ୍ଦ ....


ଢେର୍ ମାପିଚୁପି ଚଳୁ ଚଳୁ ଵି 

କେବେ ଶୀତଳ ଯୁଦ୍ଧ ତ କେବେ କୁରୁକ୍ଷେତ୍ର ...


ତଥାପି ଜୀଇଁବାକୁ ହୁଏ 

ଜୀଵନକୁ ହସିହସି 

ଲୁହ ସଵୁ ପଣତରେ 

ପୋଛି ପୋଛି .....


ଦୁଃଖ ପାଖେ ପାଖେ 

ସୁଖ ଵି ଘର ତିଆରି 

କରି ରହିଥାଏ 


ଖାଲି ପଡିଶା ଘର ସାଙ୍ଗେ 

ସୁସମ୍ପର୍କ ରଖି ଚଳିଲେ ହେଲା 



ପର୍ବପର୍ବାଣୀ ଓଷା ବ୍ରତ 

ଯାନିଯାତ୍ରା ମହୋତ୍ସବ 

ସମସ୍ତେ ଏକାଠି ହେଵା 

ଏକାଠି ମିଳିମିଶି ଖାଇବା 


ଆହା... କେତେ ଆନନ୍ଦ ସତେ 

କେତେ ଆତ୍ମୀୟତା ପଣ 


ଜୀଵନଟା ଆଉ କିଛି ନୁହେଁ ମ 


କେତୋଟି ମାତ୍ର ରଜ ଦୋଳିକୁ ହିଁ 

ଆୟୁଷ ନାହିଁ 


କିଏ ଵା ରହିପାରେ 

ସବୁଦିନ ଏ 

ସଂସାରର ଭଡ଼ାଘରେ 


ଦିନେ ଫେରିଯିବାକୁ ହେଵ ନିଶ୍ଚେ 

ନିଜ ଘରକୁ 

ସେଇ ପରମଧାମକୁ 


ଜୀଵ ଓ ପରମର ହେଵ 

ଏକ ଅମୃତମୟ

ମହାମିଳନ...


ଏଠି ପ୍ରତିଟି ସୃଷ୍ଟିର 

ବିଲୟ ନିଶ୍ଚିତ 


ଏଇ ତ ସଂସାର ଭଡାଘରର 

ଏକ ଧରାବନ୍ଧା 

ଚିରାଚରିତ ନିୟମ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍