STORYMIRROR

banaja nandini mishra

Others

4  

banaja nandini mishra

Others

ଭାରି ଆପଣାର ଶିଶୁ

ଭାରି ଆପଣାର ଶିଶୁ

1 min
271

ଈଶ୍ୱରଙ୍କ ଅନବଦ୍ୟ ସୃଷ୍ଟି ଶିଶୁ

ଯିଏ ତାର କଅଁଳ ବୟସରେ

ଚପଳମତି ଫୁଲ ପରି କୋମଳ ମନରେ

ନାଚେ ଖେଳେ ହସେ

ଜିଦ ଆଉ ଅଳି କରେ

ପୁଣି କେତେବେଳେ ରୁଷେ

ତାର ନିରୀହ ମୁହଁ ଟଳମଳ ପାଦ

ଠୁକୁଠୁକୁ ଚାଲି ଆଉ ଖଣ୍ଡିଖଣ୍ଡି କଥାରେ

ମନ ମୋହି ନିଏ

ତାର ସୁନ୍ଦର ହସରେ

ଅମୃତର ଧାରା ବହିଯାଏ

ସେହି ଧାରା ସାରା ସଂସାରକୁ

ସୁଖମୟ କରିଦିଏ

ଆମର ଅନେକ ଦାୟିତ୍ୱ

ଯେବେ ତାର ନିଷ୍ପାପ ଆଖିରେ

ସବୁଜ ସପନ ଭରିବା

ଝୁଣ୍ଟି ନ ପଡେ ଯେମିତି

ତାର ହାତ ଧରି ବାଟ ଚଲାଇବା

ପିତାମାତା ଗୁରୁଗୁରୁଜନଙ୍କ ପ୍ରତି

ତାର ନିର୍ମଳ ମନରେ

ଅହେତୁକ ଅକୁଣ୍ଠିତ ପ୍ରେମ ଭରି ଦେବା

ଜୀବନ ଯୁଦ୍ଧରେ ଯେମିତି ହାରି ନଯାଏ

ଅନୀତି ନୁହେଁ ନୀତିକୁ ଆଚରି

ତାକୁ ଜିତିବା ଶିଖାଇବା

ଆମ ଜୀବନ ମାନବିକତା ପୂର୍ଣ୍ଣ

ସଂସ୍କାର ପାଇ ସେ କରୁ

ସଂସ୍କୃତିର ଜୟଗାନ

ବିକଶିତ କରୁ ତାର ଚରିତ୍ର

ପ୍ରତିଭା ଓ ଗୁଣ

ଲାଭ କରି ଅନେକ ଜ୍ଞାନ

ତାର ବିବେକ ବୁଦ୍ଧି ବଳ ସାହସରେ

ଏ ଧରା ହୋଇଉଠୁ

ସୁବାସିତ ମଧୁମୟ ମଧୁର ନବୀନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍