ଭାରାକ୍ରାନ୍ତ
ଭାରାକ୍ରାନ୍ତ
1 min
107
ପରିଚାୟକୁ ଲୁଚେଇବୁନି
ସମ୍ପର୍କର ଠିକଣାରେ ।
ବିଶ୍ୱାସ ଘାତକତା ସୃଷ୍ଟି ହେବ,
ଭାବନାର ସବୁ ସ୍ୱପ୍ନରେ ।।୧।।
ଆଲୋକକୁ ଡାକିବନି,
ହାତ ଠାରି କେବେ-ଝର୍କାରେ ।
ଦୁଷ୍ୟ ବି ଅଦୃଶ୍ୟ ହୋଇଯିବ
ରାତ୍ରିର ନିରୋଳାଟି ଅନ୍ଧାରେ ।।୨।।
ସ୍ମୃତିକୁ ଛୁଇଁବନି,
ଭସା ବାଦଲର-ଟିପାଟିପା ରଙ୍ଗରେ ।
ସୁଖ ସବୁ ଦୁଃଖ ଧାରେ,
ବୋହିଯିବ ଲୁହର ବିଛଣାରେ ।।୩।।
ଖୁସିକୁ କେବେବି-ବିଭୋର ହୋଇ
ଆଉଜି ଧରିବନି ଛାତିରେ ।
ନିରବତା ଆସି,ବସିଯିବ
ଯନ୍ତ୍ରଣାର ଆଖି କୋରଡରେ ।।୪।।
ଦିନ ସବୁ ଦିଗହରା ଏଠି
ଭାରାକ୍ରାନ୍ତ ବେଦନାରେ ।
ରାତି ନୀତି-ହାତଭାଗା ଜହ୍ନକୁ,
ଚାହିଁଥାଏ ଗୋଟିଏ ଲୟରେ ।।୫।।
ଜୀବନ ଏଠି ସୁତା ଖିଅ,
ବନ୍ଧାହୁଏ ନୀତି-ଆଉ କାହା ଆଶ୍ରୟରେ ।
ସମୟ ସବୁ ବିଦାୟ ନିଏ
ଭାରାକ୍ରାନ୍ତ ହୋଇ ଏଇ ଶରୀରରେ ।।୬।।
