STORYMIRROR

Pranati Mahapatra

Others

3  

Pranati Mahapatra

Others

ଭାଙ୍ଗିଯାଏ ସ୍ଵପ୍ନ

ଭାଙ୍ଗିଯାଏ ସ୍ଵପ୍ନ

1 min
388


ସେନେହ ଶରଧା ଆଉ 

ବିଶ୍ୱାସକୁ ଦେଇ,

ଆନନ୍ଦ ଓ ସୁଖ ଶାନ୍ତି

ଭରସାକୁ ନେଇ,

ଗଢିଥାଏ ଏ ମଣିଷ,

 ଗଢିଥାଏ ଏ ମଣିଷ,

ଛୋଟ ଗୋଟେ ଘର,

ଘର ନୁହେଁ ସେ ତ 

ସରଗ ବୈକୁଣ୍ଠ ପୁର।

ବାପା ବୋଉ ଭଉଣୀ ଓ

 ଭାଇ,ଜେଜେ, ଜେଜେମା,

ସହି ପାରୁ ନାହିଁ କାହା ଦୁଃଖ 

ପୁଣି ଖୁସି କରୁ ଆମେ ପା,

ଘର ମେରୁଦଣ୍ଡପରି ଥାଆନ୍ତି ତ ବାପା

ବାୟୁପାଣି ଦାନ ପରି ଦାନ ତାଙ୍କ ସଫା,

ଧରିତ୍ରୀଠୁ ବଡ଼ ପୁଣି ଆକାଶଠୁ ଉଚ୍ଚ ,

ସ୍ନେହ ପ୍ରେମ ତ୍ୟାଗ ତାର ନୁହେଁ କାହା କଛ।

ସେହି ଛୋଟ ଘରେ ଥାଉ ମାଳି ଭଳି ଗୁନ୍ଥା,

ଗୋଟିଏ ମାଳର ଆମେ ତ ସଜଫୁଲ।

ଏମିତି ତ ପିଲାଦିନ କଟେ ଖୁସି ହସରେ,

ସ୍ଵାର୍ଥ, ମିଛ,ଖଚ ପୁଣି ନଥାଏ କା ମନରେ।

ବଡ଼ହୋଇ ଭୁଲିଯାଉ

ସେହି ସ୍ନେହ ମମତା,

ନିଜ ନିଜ ମଧ୍ୟେ କେତେ ସୃଷ୍ଟି ହୁଏ

ଅସହିଷ୍ଣୁତା।

ମନମଧ୍ୟେ ହୃଦୟ ଶତଧା ବିଦୀର୍ଣ୍ଣ

ହୋଇଯାଏ,

ଶରଧାର ବୈକୁଣ୍ଠ ପୁରଟା 

ଭାଙ୍ଗି ଯାଇଥାଏ।

ଖଣ୍ଡ ଖଣ୍ଡ ଗୋଟି ଗୋଟି ହୋଇଯାଏ

ମଣିଷ,

ଭୁଲିଯାଏ ରକତକୁ, ଭୁଲେ ସେ

ଖୁସି ହସ।

ହଜେ ତ ବିଶ୍ଵାସ, ଭାଙ୍ଗିଯାଏ ସ୍ଵପ୍ନ

ଲିଭେ ତ ପୁରୁଣା ଦିନ,

ମୁକସାକ୍ଷୀ ପ୍ରାୟ ପଡି ରହିଥାଏ

ଭଙ୍ଗା ନିଳୟର ଧାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍