ଭାଇ ରଖୁ ମୋ ରାକ୍ଷୀର ମାନ
ଭାଇ ରଖୁ ମୋ ରାକ୍ଷୀର ମାନ


ବାନ୍ଧିଦେଲି ରାକ୍ଷୀ ଭାଇ ହାତେ ମୋର
ଜଗନ୍ନାଥ ତୁମେ ରହିଲ ସାକ୍ଷୀ
ମୋ'ଆୟୁଷ ନେଇ ଦିର୍ଘାୟୁ କର ହେ'
ଭାଇ ରହୁ ମୋର କବଚ ସାଜି
ସେନେହ ସୂତାରେ ମମତାର ମାଳି
ରାକ୍ଷୀଟି ଅଟଇ ରକ୍ଷା କବଚ
ଅହଂ ଆଭିଜାତ୍ୟ ନଛୁଉଁ ତାହାକୁ
ଚଢୁଥାଉ ସିଏ ସଫଳ ମଞ୍ଚ
ରାକ୍ଷୀର ପାଉଣା କରୁସେ ଭରଣା
ଜୀବନ ରାସ୍ତାରେ ରଖୁମୋ'ମାନ
ରଖୁ ସେ' ଯତନେ ତା'ହୃଦ କାନନେ
ବାପା-ମାଆଙ୍କର ନିରୀହ ମନ
ପର ଝିଅ ଘର ଭାଙ୍ଗେନା କାହାର
ଭାଉଜକୁ ମୋର ଦିଅ ସାହାସ
ବାପ
ା ମା ଅଧରେ ହସ ଭରିଦେଇ
ସ୍ନେହ ସାନିଧ୍ୟରେ ହେଉ ସେ'ବଶ
ବିଖ୍ୟାତ ଉତ୍କଳ ଏ'ବଡ ଦେଉଳ
ଭଉଣୀ ସାଥିରେ ବସିଛ ତୁମେ
ଭାଇ ମୋର ପାଉ ତୁମରି ଆଶିଷ
ଏତକ କାମନା ମୋହରି ମନେ
ମୁଁ ତା'ର ଭଉଣୀ ସେନେହ ରଙ୍କୁଣି
ସଂମ୍ପର୍କର ଏଇ ସରୁଆ ଡ଼ାଳେ
ଏ'ନିଆରା ନୀଡ଼ ରଖିବ ନିବିଡ଼
ଜୀବ ଥିବା ଯାଏଁ ଏ'ଭବ ଜଳେ
କରୁଚି ବିନତୀ ହେ' ଜଗତପତି
ଭାଇ ରଖୁ ମୋର ରାକ୍ଷୀର ମାନ
ଥିବା ଯାଏଁ ମହୀ ହେଉ ମୋର ଭାଇ
ମୋ'ମନ ଆକାଶେ ଉଦିଆ ଜହ୍ନ
-