STORYMIRROR

Sudruma Panda

Others

3  

Sudruma Panda

Others

ଭାଗ୍ୟବତୀ ମୁହିଁ

ଭାଗ୍ୟବତୀ ମୁହିଁ

1 min
220


ଭାଗ୍ୟବତୀ ମୁହିଁ ନାରୀ ଟିଏ ହୋଇ

ଜନମ ନେଇଛି ଏ ଧରା ଧାମେ,

ଜଗତ ର ହିତେ ରହି ଅବିରତେ

ସଦା ନିୟୋଜିତ ହେବି ସୁକର୍ମେ ।।


ନାରୀ ଅଟେ ପରା କୋହିନୁର ହୀରା

ମଳିନ ନୁହଇ କେବେ ତା ତେଜ,

ସେତ ସୁନନ୍ଦିନୀ ଜଗତ କଲ୍ୟାଣୀ

ତାକୁ ବଳି ଯିବା ନୁହେଁ ସହଜ ।।


ଗୃହ ଲକ୍ଷ୍ମୀ ହୋଇ ଗୃହ ମଧ୍ଯେ ରହି

ଗୃହକୁ କରଇ ବୈକୁଣ୍ଠ ପୁର,

ଗୁଣରେ ବିଦ୍ୟାରେ ସରସ୍ଵତୀ ରୂପେ

ସାରା ଜଗତରେ ପାଏ ଆଦର ।।


ସହିବା ପଣରେ ସବୁରି ଆଗରେ

ଧରଣୀ ଠୁ ମଧ୍ୟ ଯିବ ସେ ବଳି,

କୋମଳ ହୃଦୟ କୋମଳ ସ୍ବଭାବ

ସୁକୋମଳ ଏକ କମଳ କଳି ।। 


ହାସ୍ୟମୟୀ ସିଏ ଲାସ୍ୟମୟୀ ସିଏ

ବିଧାତା ଙ୍କ ଏକ ସାର ସୃଜନ,

ନନ୍ଦିନୀ ଭଗିନୀ ଜାୟା ଓ ଜନନୀ

ରୂପେ କିଣି ନିଏ ସବୁରି ମନ ।।


ସେ ପରା ଦୁହିତା ଦୁଇ କୁଳ ହିତା

ଦୁଇ କୁଳ ମୁହଁ କରେ ଉଜ୍ଜ୍ୱଳ,

ଶାଶୁଘରେ ସିଏ ତୁଳସୀ ବୋଲାଏ

ବାପା ଅଗଣା ରେ ସୁବାସ ଫୁଲ ।।


ବଢ଼ି ପିତୃ କୁଳେ ଜଗତ ମଙ୍ଗଳେ 

ଛାଡି ଅଧିକାର ଆସେ ବାହାରି,

ନୂଆ ସଂସାର ରେ ପତିଙ୍କ ସଙ୍ଗରେ

ପରକୁ ନିଅଇ ଆପଣା କରି ।।


ଘୋର ନିଦାରୁଣ ପ୍ରସବ କଷଣ

ସହି ଦେଇଥାଏ କୁଳ ପ୍ରଦୀପ,

ତେଜି ନିଜ ସୁଖ ପରିବାର ସୁଖ

ପାଇଁ ଆଜୀବନ କରଇ ତପ ।। 


ଆଦର ପାଉ କି ଅନାଦର ହେଉ

ଧୈର୍ଯ୍ୟ ସହିତ ସହେ ସବୁ କୁ,

ସ୍ୱଜନ ଙ୍କ ହିତ ଜୀବନ ର ବ୍ରତ

ଅନ୍ୟ କଥା ଆଣେ ନାହିଁ ମନକୁ ।।


ତେଣୁ ଧନ୍ୟ ମୁହିଁ ନାରୀ ଜନ୍ମ ଦେଇ

ଅଭିଳାଷ ପ୍ରଭୁ କଲେ ପୂରଣ,

ନାରୀ ର କର୍ତ୍ତବ୍ୟ ପାଳି ଅବିରତ

ସାର୍ଥକ କରିବି ନାରୀ ଜନମ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍