STORYMIRROR

Smruti Sephali Meher

Others

3  

Smruti Sephali Meher

Others

ଭାେକ

ଭାେକ

1 min
368


~~~

ମୃଗତୃଷ୍ଣା ପରି ଖାେଜି ଖାେଜି

ପାଇନି କେବେ ମୁଁ କସ୍ତୁରୀର ସ୍ପର୍ଶ

ନୀଳ ପାରାବାରେ ହଜିଯାଇଛି ମାେ

ହସ ଖୁସିର ବାଇଚଢେଇ ନିଡ।

ମୂଲ ଲାଗି ପର ଘରେ 

ପାଇବା ପାଇଁ ମୁଠାଏ ଭାତ

ଜୀଇଁଛି ଜୀଇଁବି ମଧ୍ୟ 

ରକ୍ତପିଣ୍ତୁଳାକୁ ଦେବା ପାଇଁ ଜନ୍ମ । 

ଯାତନା ସବୁକୁ ବକ୍ଷରେ ଚାପି

ପିଉଛି ଅହରହ ବିଷ

ମାଟିମଟାଳର ଜୀବନରୁ

କିଏ ମେଣ୍ଟାଇବ ଭାେକ ।

ସ୍ବପ୍ନ ଦେଖିଛି ବାେଲି ରାଜମହଲର

କୁଡିଆରେ କରିଛି ଵାସ

ବସା ଭାଂଗିଯାଏ ରକ୍ତର ଲୁହରେ

କେହି ହୁଏ ନାହିଁ ନିଜର ।

ପେଟ ପାଇଁତ ସବୁ ଏଠି ନାଟ

କପାଳେ ଅଛି ଦୁଃଖର ଗାର

ବାମନ ହେଇ ଚନ୍ଦ୍ରକୁ ଚଢିବା 

ନାହିଁ ଭାଗ୍ୟରେ ମାେର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍