STORYMIRROR

Ranjit Sahu

Others

4  

Ranjit Sahu

Others

ଭାବନାର ଅସ୍ଥିରତା

ଭାବନାର ଅସ୍ଥିରତା

1 min
251

ଅସ୍ଥିରତା ଯେତେ ଜୀବନରେ ଥାଏ ,

ସେତିକି ଥାଏ ଆଶା ବଞ୍ଚିବାର

ସ୍ଥିର ନାହିଁ କିଛି ଯେଣୁ ଏ ସଂସାରେ

ଅସ୍ଥିର ହୁଏ ଭାବନା ସବୁର !

ପଚାରିଲି ଥରେ,

'ଅଧା ବୁଡ଼ା ନାଆ-ଜୀବନରେ ଏତେ ବତାସ ଦେଖି,

କହ ମୋତେ କେବେ ପାରିଛୁ କି ତୁହି ଅସ୍ଥିରତାର ପରିଭାଷା ଲେଖି?" 

କହିଲା ନାଆଟି ମୋ ଭଙ୍ଗା ଶରୀର,

ମୋର ସଂଗ୍ରାମର ଏକଇ ସାକ୍ଷୀ 

ସଜାଡି ପାରେନା ମୋର ଭବିଷ୍ୟତ,

ଅତୀତ କଥା ଭାବି ଝୁରି ମରେ, 

ଝଡ଼ ଆଘାତରେ ଭାଙ୍ଗିଥିବା ନାଆ କୂଳର

ସ୍ଵପ୍ନ କି ଦେଖି ପାରେ ?

ଥରେ ଭାଙ୍ଗି ହେଲେ ପୁଣି ଗଢ଼ିବାର,

ସ୍ଵପ୍ନଟିଏ ସତରେ ଅସ୍ଥିର କରେ

ପଚାରିଲି ଥରେ ଉଜୁଡା ଗଛକୁ

ଲୋଟି ଥିଲା ଯିଏ ତୋଫାନ ପରେ

ଭଙ୍ଗା ଦେହ ଧରି ଆଉ କି ବଞ୍ଚିବୁ

ସରିବୁ ତୁହି କରତର ଧାରେ !

ଝଡ଼ ଆଘାତରେ ଭାଙ୍ଗିଥିବା ଦ୍ରୁମ,

ମୋର କଥା ଶୁଣି ଅସ୍ଥିର ହୁଏ,

ବଞ୍ଚିବାର ଲାଗି ତାହାର ପିପାସା,

ବଳକା ଗଣ୍ଡିରୁ କଅଁଳି ଥାଏ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍