STORYMIRROR

Sadananda Sahoo

Others

3  

Sadananda Sahoo

Others

ଭାବନାର ଅନ୍ତରାଳେ

ଭାବନାର ଅନ୍ତରାଳେ

1 min
217

କଵି ଆତ୍ମାସିଦ୍ଧି  ଲେଖନୀ ସମୃଦ୍ଧି 

    ପ୍ରତୀତ ହୁଅଇ ଛବି , 

ଦୁଃଖେ ଅବା ସୁଖେ କଵି ଚିତ୍ର ଆଙ୍କେ 

   ସରାଗ ମନରେ ଭାବି l


ସାଦା କାଗଜରେ ଲେଖନୀ ପରଶେ 

   କବିଢାଳେ ପ୍ରିତୀନୀର , 

ଭାବନାର କୃତି ଲଭଇ ସ୍ଵୀକୃତି 

   କଵିଆତ୍ମା  ନିରାଧାର l


ସହିତର କାର୍ଯ୍ୟ ସାହିତ୍ୟରେ ଧାର୍ଯ୍ୟ 

    କବି ତା'ର ସୂତ୍ରଧର , 

ଲେଖନୀ ମନ୍ତର କରେ ବିମୋହିତ 

    କଵି ଲାଗେ ଆପଣାର  l


ଲେଖନୀରୁ ସ୍ୟାହି ଯିବନାହିଁ ସରି 

     ଦୃଢମନା  କଵିବର , 

କେତେକଥା କହେ ଭାବନା ସ୍ଵ ଭାବେ 

   ଗୁଣ ଗା'ଏ ପ୍ରକୃତିର l


ମଙ୍ଗଳ କାମନା କବିର ଭାବନା 

    ସମାଜର ହିତକାଂକ୍ଷି , 

କଵି ଏକା ବୁଝେ କଵି ଏକା ଯୁଝେ 

  କଵିଚକ୍ଷୁ  ଦିବ୍ୟସାକ୍ଷୀ l


କାଗଜ ଫରଦେ ଭାବି ଚିନ୍ତି ଲେଖେ 

   ଦରଦୀ ଉଚ୍ଛ୍ଵାସ ଭାବେ , 

ପ୍ରିତୀ ସ୍ୟାହି ରଙ୍ଗ ଲେଖନୀର ସଙ୍ଗ 

   କଵିଆତ୍ମା ଶ୍ରେଷ୍ଠଭବେ l


ପବିତ୍ର ଆତ୍ମାର  ଭାବନା ମଧୁର 

   କଵିମୁଖେ   ଉଦ୍ଭାସିତ , 

ଆହେ କଵି ଶ୍ରେଷ୍ଠ ସମାଜର ମିତ୍ର 

    ପ୍ରଣିପାତ  ଶତଶତ l


ସ୍ମୃ୍ତି କାଗଜରେ ନିଆରା ସ୍ୟାହିରେ 

   କଵିବନ୍ଧୁ ଏକା ଲେଖେ , 

ଆତ୍ମାମନ ତା'ର   ନିର୍ମଳ ପବିତ୍ର  

    ଜଗତ ତା'ଠାରୁ ଶିଖେ l

 

ସ୍ଵର୍ଣ୍ଣିମ ଅକ୍ଷର ଅଲିଭା ସ୍ଵାକ୍ଷର 

    ସ୍ୟାହି କାଗଜର କୃତି , 

 ଏ'ବିଭବ କବିର ଚିର ସ୍ମରଣୀୟ 

    ପାଠକେ ଢାଳନ୍ତି ପ୍ରିତୀ l



Rate this content
Log in