STORYMIRROR

jagabandhu sahu

Others

3  

jagabandhu sahu

Others

ଭାବନା

ଭାବନା

1 min
126

କେବେ ହଜି ଯାଏ ଭାବନା ସହରେ

   କେବେ ଭିଜେ ବରଷାରେ

କେବେ କାନ୍ଦୁଥାଏ କେବେ ହସୁଥାଏ

   ବସେ ଯେବେ ଏକାନ୍ତରେ ।


କେବେ ଲେଖୁଥାଏ ପ୍ରିୟା ପାଖେ ଚିଠି

    ରାତି ସାରା ଚେଇଁ ଚେଇଁ

ହଜି ଯାଉଥାଏ ଡାକଘରେ ଚିଠି

    ଖୋଜି ଖୋଜି ପାଏ ନାହିଁ ।


କେବେ ଗପୁଥାଏ ଏକା ଏକା ବସି

    ପାଗଳ ଏ ମନ ମୋର

କହିବାକୁ ଅଛି ଯେତେ କଥା ସବୁ

    ଅଧା ରହିଯାଏ ମୋର ।


ପ୍ରେମ ବାଲିଘର ଭୁସୁଡି ପଡୁଛି

   ସ୍ବପ୍ନ ମୋର ଅଧା ରହେ

ରାତି ପାହିଗଲେ ନଦି ଭାଙ୍ଗିଗଲେ

     ସବୁ କିଛି ଲିଭି ଯାଏ ।


Rate this content
Log in