STORYMIRROR

Biswanath Nayak

Others

3  

Biswanath Nayak

Others

ଭାବନା

ଭାବନା

1 min
217


ବହି ଯାଉଥିବା ସ୍ଵଚ୍ଛ ନଦୀ ଧାର

          ମେଣ୍ଟାଏ ପଥିକ ତୃଷ୍ଣା ,

ସେହିଜଳ ଯାଇ ସାଗରେ ମିଶିଲେ

           ବୁଝେନା ତୃଷିତ ଭାଷା।  

ଦରଦୀ ବନ୍ଧୁର ପଦେ ମିଠା କଥା

             କିଣିନିଏ ପରା ମନ,

ସେହିକଥା ଟିକେ ଟାଣ ହୋଇଗଲେ

             ଲାଗେ କୁଳିଶ ସମାନ। 

ଆଦରରେ ଭିଜା ମୁଠେ ଖୁଦଭଜା

              ଲାଗଇ ଅମୃତ ତୁଲ୍ୟ,

ବିନା ଆଦରରେ ରାଜଭୋଗ ପରା

               ହୁଅଇ ଗରଳ ମୂଲ୍ୟ। 

ମନ ଯଦି ହୁଏ ଫୁଲଠୁ ହାଲୁକା

                ତୃଣ ଶେଯେ ନିଦ ହୁଏ,

ସେହିମନ ଯଦି ଭାରାକ୍ରାନ୍ତ ଥାଏ

                ନିଦ ପରଦେଶେ ଯାଏ। 

ଭକତି ବଳରେ ଆପଣା ମନଟା

                 ସାଜେ ଠାକୁର ମନ୍ଦିର,

ବିନା ଭକତିରେ ଦେବତା ମନ୍ଦିର

                  ପାଲଟିଯାଏ ପଥର। 

ଦୁନିଆରେ କିଏ ଦେଲେ ପଦେ ଗାଳି

                  ମନ ହୋଇଯାଏ ଖଟା,

ସେହି ଗାଳି ଯଦି ନିଜ ମାଆ ଦିଏ

                  ଲାଗେ ଭାରି ମିଠା ମିଠା। 

ଭଲ ଆଉ ମନ୍ଦ ବିଷ ଓ ପିୟୂଷ

                  ସବୁ ଏହି ଭାବନାର,

ଭାବନାକୁ କଲେ ସରସ ସୁନ୍ଦର

                  ଦୁନିଆ ହେବ ସୁନ୍ଦର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍