STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଭାବନା

ଭାବନା

1 min
217

ପ୍ରଭାତାରୁଣ ଲୋହିତବର୍ଣ୍ଣେ

ଉଠିଛନ୍ତି ଗିରି ଶିଖେ

ପୂର୍ବ କଟକେ ସୁନ୍ଦର ରୂପେ

ଲେଲିହାନ ଆଭା ଲେଖେ ll


କୁସୁମରାଶି ସୁବାସ ବିତରି

ବିତରନ୍ତି ଲୋହିତାଙ୍ଗ

ସୌନ୍ଦର୍ଯ୍ୟରେ ଧରା ପୁଲକିତ ଆଜି

ଭରିଛି ସ୍ୱର୍ଗୀୟ ରଙ୍ଗ ll


କି ସୁନ୍ଦର ସତେ ଏହି ଶୈଳମାଳା

ଗମ୍ଭୀରଭାବବ୍ୟଞ୍ଜକ

ଭୟୋଦ୍ଦୀପକ ପ୍ରଖର ବାହିନୀ

ହୁଏ ସମୁଦ୍ରାଭିମୁଖ ll


ଅନନ୍ତ ଅସୀମ ସାଗର ବକ୍ଷେ

ମିସେ ଯେବେ ସ୍ରୋତସ୍ୱିନୀ

ବକ୍ଷେ ତାହାର ଉନ୍ମାଦ ଭରେ

ହୁଏ ସେ ସାଗର ରାଣୀ ll


ମାନବ ମନ ଅସୀମ ଅମାପ

କ୍ରମାଗତ ଲେଖେ ଭାଵ

କବିତାଗ୍ରନ୍ଥ ଗଳ୍ପଏକାଙ୍କିକା

ଜୀଵ ସ୍ୱାର୍ଥବୈଭବ ll


ପ୍ରାଚୀନରୁ ପ୍ରାଚୀନୋତ୍ତର

ଭାବର ବିନ୍ୟାଶ କରି

ପୂଜା ପାଇଅଛି ଜଗତ୍ ପଥେ

ଅନ୍ଧକାର ଦୂରକରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍