STORYMIRROR

Chittaranjan Parida

Others

3  

Chittaranjan Parida

Others

ଭାବିଥିଲି ପାଗଳ

ଭାବିଥିଲି ପାଗଳ

1 min
11.8K

ବଲେରୋରୁ ଓହ୍ଲାଉ ଓହ୍ଲାଉଆଖି ଲାଖିଗଲା

ବସିଥିବା ଅନତି ଦୂରରେ

ଜୀବନର ଆଦ୍ୟ ଅପରାହ୍ନରେ ପାଦଥାପିଥିବା

ଏକ ଅଜଣା ମଣିଷ ଉପରେ।

ହାତରେ ଖଣ୍ଡେ ଅସଜଡା ବାଡ଼ି

ଛିଣ୍ଡା ବ୍ୟାଗ କୋଳରେ

ସାତଫଟା ଜୋତା ସାଙ୍ଗକୁ ଅଲରା କେଶ

ପାଚିଲା ଦାଢି ମୂଖମଣ୍ଡଳରେ ।

ତାକୁ ଦଖିଲାପରେ

କିଛି ପ୍ରଶ୍ନ ଜାଗିଲା ମନରେ।

ଏ ସେହି ଭାରତୀୟ ନାସାର ବୈଜ୍ଞାନିକ ପରି

ଯିଏକି ହୋଇଥିଲେ ପାଗଳ,

ଏ ସେହି ଜେ.ଏନ୍. ୟୁ.ପ୍ରଧ୍ୟାପକ

ଯିଏକି ଶେଷ ଜୀବନରେ ଅସହାୟ ହୋଇ

ଗୋଟେଇ ଖାଉଥିଲେ ପଚାସଢା ଫଳ ।

ଏ ସେହି ,ଯିଏକି ହୀରାକୁଦ ବୁଡିଅଞ୍ଚଳର

ବାସହରା ମଣିଷ ଭିତରୁ ଜଣେ,

ଏ କଣ ସେହି, ଫାଇଲିନରେ ଆତ୍ମୀୟମାନଙ୍କୁ

ହରାଇଥିବା ହତଭାଗ୍ୟରୁ ଜଣେ।

ମୋତେ ଜଣାପଡୁଥିଲା

ସେ କିଛି ଭାବୁଥିଲା ।

ରୋମନ୍ଥନ କରୁଥିଲା ବୋଧେ ପିଲାଦିନ କଥା

ଧୂଳିଖେଳ, ସାଙ୍ଗସାଥି ଆଉ ମା'କୋଳ,

ଯୌବନରେ ସାଉଁଟି ଥିବା ପୋଳା ପୋଳା ସ୍ଵପ୍ନ

ତା'ପ୍ରେମ, ପ୍ରେମୀସାଥେ ବୁଲିଥିବା ନଦୀ କୂଳ।

ପ୍ରୌଢ଼ରେ ପିଲାମାନଙ୍କ ସହିତ ବାଣ୍ଟିଥିବା ସ୍ନେହ

ଗଢ଼ିଥିବା ସୁନ୍ଦର ପରିବାର କଥା,

ବାର୍ଦ୍ଧକ୍ୟର ପ୍ରଥମ ପାଦରେ ନାତି ନାତୁଣୀଙ୍କ

ଅଝଟ ସାଙ୍ଗକୁ ମୂରବୀ ପଣିଆର ଗାଥା।

ଏମିତି ଭାବନାର ଅଡୁଆଖିଅ

     ମୋତେ କଲା ଆନ୍ଦୋଳିତ,

ପାଖକୁ ଯାଇ କଥା ଛଳରେ

     ମୁଁ ହୋଇଲି ଅବଗତ।

ତା'ର ଥିଲା ସ୍ଵର୍ଗସମ ପରିବାର ଟିଏ

ସ୍ତ୍ରୀ ସାଥେ ଚାରି ପୁଅ ଥିଲେ,

ପୁଅମାନଙ୍କ ଅଣଦେଖାରେ ମା ହେଲେ ସ୍ଵର୍ଗବାସ

ପରେ ପୁଅ ବହୂମାନେ ସହରେ ରହିଲେ

ଯେଉଁମାନଙ୍କ ପାଇଁ ଜମିବାଡ଼ି ବିକିଥିଲା

ସେମାନେ ସାତପର ହେଲେ।

ଆଜି ବାଡ଼ିର ସାହାରାରେ ବଞ୍ଚୁଥିବା ମଣିଷଟିର

ନା କିଛି ସ୍ଵପ୍ନ ଅଛି ନା ଲୋଭ

ଟିକିଏ ଶାନ୍ତିରେ ଶୋଇବାର ଇଚ୍ଛା

ଈଶ୍ୱରଙ୍କ ସହ ଯୋଡ଼ିବାକୁ ଭାବ।

ଏତିକି ଶୁଣୁ ଶୁଣୁ ମୋ ଆଖିର ଲୁହଧାର

     ପ୍ଳାବିତ କରୁଥିଲା ଗଣ୍ଡକୁ,

ଆଉ ଧିରେ ଧିରେ ହାତ ପଶି ଯାଉଥିଲା

     ମୋ ପକେଟ ଭିତରକୁ ।


Rate this content
Log in