STORYMIRROR

Puspanjali Panda

Others

2  

Puspanjali Panda

Others

ଭାବାବେଗ

ଭାବାବେଗ

1 min
3.3K

କେତେ ଯନ୍ତ୍ରଣା ର ପୁଞ୍ଜି ଖଟିଛି

କିଏ ବା ଲଗାଏ ଆଣି

ସଭିଙ୍କ ମୁହଁରେ ବେଦନାର ଛାପ

ପାରିବ କିଏ ବା ଗଣି

ଭଗବାନ ବୋଲି ମଣିଛନ୍ତି ଯାରେ

ଥରୁଟେ ଦେଖା ତାହାର

ଲାଗେ ବଞ୍ଚି ଯିବ ସୁସ୍ଥ ହେଇଯିବ

ହେବ ଯନ୍ତ୍ରଣା ରୁ ବାହାର

ଶରୀର ଦେଇଛ ରୋଗ ବି ଦେଇଛ

ନିଦାନ ଦେଇଛ ସତ

ଥରୁଟେ ଆସ ଫୁଟିଯାଉ ହସ

ଏଠି ସବୁ ସଂପର୍କ ରେ ଫାଟ

ଯାହିବି କରୁଛ ଆମ କର୍ମ ଫଳ

ଭୋଗିବାରେ ମନାନାହଁ

ତୁମେ ଯଦି ଟିକେ ଚାହିଁ ଦବଥରେ

ମୃତ୍ୟୁ କୁ ଡ଼ରିବୁ ନାହିଁ


Rate this content
Log in