ଭାବ୍ ଦିଆ ନିଆ
ଭାବ୍ ଦିଆ ନିଆ
ଦୁଇ ଦିନିଆଁ ମୁନୁଷ ଜୀବନ
ଘାଏକେ ଯିବା ସରି,
ଭାବ୍ ଦିଆ ନିଆ ରହିଥିବୁ
ତୋର୍ ଉଡୁଥିବା ସିରି ।
ଭାବ୍ ଦିଆ ନିଆ ଠାନୁ ବଡ୍ ନୁହେ କିଛି
ସୋର୍ ରଖିଥା ମୁନୁଷ୍ ଜାତି,
ଥରେ ଭାଗିଗଲେ କାଚର୍ ଦରପନ୍
ନାଇ ହୁଇ ଜୁଡି ସାଥି ।
ଭାଇ କେ ଆଜି ଭାଇ ମାରୁଛେ
ଜମି ବାଡି ଲାଗି,
ନାଇନ ଆଗର୍ ମଧୁର ସର୍ପକ
ସବୁ ଗଲାନ ଲୁକି ।
ମୁନୁଷ୍ ଆଜି ପଶୁ ବନିଗଲାନ
ପଏସା ପତର୍ ଲାଗି,
ଭାବ୍ ଦିଆନିଆ ସୁତା କାଟି ଦେଉଛେ
ପଏସାର୍ ପଛେ ଭାଗି ।
ମାଆ,ବୁଆ କେ ଲାତ୍ ମାରୁଛେ
ଚାକିରି ଗୁଟେ ପାଇଁ,
ଧିକ୍ ଜାଉଁ ତୋର୍ ମୁନୁଷ୍ ଜୀବନ୍
ଭାବ୍ କେ ଦେଲୁ ହଜେଇ ।
କଲି ଯୁଗର୍ ମୁବାଇଲ୍ ଫୁନ୍
ସବୁ କରିଛେ କାଲ୍,
ଦୁରେ ରହିକରି ବୁଝୁ ଥିସି
ସବୁ ହାଲ୍ ଚାଲ୍ ।
ସମିଆ ନାଇନ କାହାରେର ଠାନେ
ପଦେ କଥା ହେବାର୍ ଲାଗି ,
ଜାହାର୍ ଭାବେ ସେ ରହୁଛେ
ପଏସାର୍ ପଛେ ଭାଗି ।
ଭୁଲି ଗଲେନ୍ ମାଆ, ବୁଆ, ଭାଇ, ଦଦା
ମାମୁଁ, ମାଇଁ, କକା, କାକି ,
କେନ୍ତା ବତେରେ ସମିଆ ହେଲା
ଭାବ୍ ଦିଆ ନିଆ ଗଲାନ ଲୁକି ।
ମୁନୁଷ୍ ଜନମ୍ ବଡା କଷ୍ଟେ ମିଲସି
କେନ୍ତା ନାଇଁ ବୁଝବାର୍ କେହି,
କେନ୍ ଜନ୍ମେ କାଣା ପୁଇନ୍ କରିଥିଲେ
ମାହାପୁରୁ ମୁନୁଷ୍ ଜନମ୍ ଦିଏ ।
ଭୁଲି ଜା ତୁଇଁ ମାୟା ଜାଲ୍ କେ
ପଏସା ପତର୍ ସବୁ ଛାଡି,
ଫିରିଆ ତୋର୍ ପରିବାର୍ ପାଖ୍ କେ
ହାତ୍ କେ ତୋର୍ ଜୁଡ଼ି l
ଭାବ୍ ଦିଆ ନିଆ ଖଣ୍ ଖିରିଷା
ମହୁ ଠାନୁଁ ବଡା ମିଠା ,
ମୁନୁଷ୍ ଜନମ୍ ପାଉଛୁ ବେଲେ
ଲଗେଇ ଦେ ତାର୍ ଅଠା ।
