STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

4  

ପ୍ରିୟଦର୍ଶିନୀ ମହାନ୍ତି

Others

ଭାବ ବିନୋଦିଆ

ଭାବ ବିନୋଦିଆ

1 min
360

ବଡ଼ ଦେଉଳରେ ବସିଛୁ କାଳିଆ

   ରତନର ସିଂହାସନେ,

ଷାଠିଏ ପଉଟି ଛପନ ଭୋଗକୁ

   ଖାଉଛୁ କେତେ ଯତନେ।


ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ ମୋର

   ଗରିବ କୁଡ଼ିଆ ସାହା,

ଖାଇବାକୁ ଗଣ୍ଡେ ଦାନା ମୁଠେ ନାହିଁ

   କିଏ ମୋତେ ଦେବ ସାହା!


ଦୁଃଖ ସବୁଦିନ କୁଣିଆ ମୋହର

   ସୁଖ ମାଡୁ ନାହିଁ ପାଖ,

କେମିତି ଦେଖିବି ତୋ କଳା ବଦନ

   ଗଡୁ ନାହିଁ ମୋର ଅଖ।


ତୋ ବଡ଼ ଦେଉଳେ ଉଡୁଅଛି ବାନା

    ପତିତ ଉଦ୍ଧାର ପାଇଁ,

ମୁଁ ଏକ ପତିତ ବିକଲେ ଡାକୁଛି

   ତତେ କି ବା ଶୁଭୁ ନାହିଁ।


ଭାବ ବିନୋଦିଆ ଭାବ ନ ବୁଝିଲେ

   ଆଉ କେ ବୁଝିବ କହ,

ତୋ ବିଚିତ୍ର ଲୀଳା ବୁଝିବା ପାଇଁ କି

   ମୋ ପକ୍ଷେ ସମ୍ଭବ ନୁହଁ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍