STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବଗ

ବଗ

1 min
291


ଧୋବ ଫରଫର ବଗ ତା ଦେହକୁ

ଦେଖିକି ଗରବ ମନେ

ଅନ୍ଯ ପକ୍ଷୀଙ୍କୁ ସେ ଭଲ କି ଦେଖେନି

ନିଜେ ଶୁଭ ଭାବେ ଜଣେ।୧

ଘୃଣାରେ ହୃଦୟ ପୂରିଉଠେ ତାର

ଯିଏ ଆସି ଦେଖାଦେଲା

ଯଥାଶୀଘ୍ର ସିଏ ତଡି଼ ଦେଇଥାଏ

ନ ହେଲେ କରେ ଝାମେଲା।୨

ଦିନେ କାଉ ସହ ଭେଟ ହୋଇବାରୁ

ତାହାକୁ କଟାକ୍ଷ କରି

ଅପବାଦ ମେଞ୍ଚେ ଫିଙ୍ଗିଲା ତକ୍ଷଣେ

କାଉ ଅନେଇଁଲା ଘୂରି।୩

ଏକୁଟିଆ ବୋଲି କିଛି ହିଁ ନ କହି

ନୀରବରେ ସହିଗଲା

ଅଳପ ସମୟେ ନିଜ ଜାତିଭାଇ

ଗଣଙ୍କୁ ଡାକି ଆଣିଲା।୪

କାଆ କାଆ କରି କିଛି ହିଁ ନ ଭାବି

କରିଦେଲେ ଆକ୍ରମଣ

ବିଚରା ବଗଟା ମରଣ ମୁହଁରୁ

କରିଲା କି ନିମନ୍ତ୍ରଣ?୫

କାଉଙ୍କର ଆଜି ଏକତାର ରାହା

ବଗଙ୍କ ସମୁଖରେ ଥୋଇ

ଖୁମ୍ପିଲେ ସେମାନେ ମନଇଛା ଯେତେ

ଯାର ବଳ ଯେତେ ଥାଇ।୬

କାଉଙ୍କର ଆଜି ବିପ୍ଳବ ଏହିକି

ହିଂସା ଅସୂୟାକୁ ଏବେ

ସମୁଚିତ ଶିକ୍ଷାଟାଏ ଦେଉଛନ୍ତି

ଯେମିତି ନ ହେବ କେବେ।୭

ଈଶ୍ବରଙ୍କ ଏହି ଦରବାରେ ଯେତେ

ପକ୍ଷୀଙ୍କ ଜନମ ହେଲା

ବଞ୍ଚିବାର ଏହି ଅଧୀକାରଟିକୁ

ଏ ବଗର କି ଏକଲା?୮

ବିଚରା ବଗର ଦୁଃଖକୁ ନ ସହି

କଜଳପାତିଏ ଆସି

ବୁଝାଇ ସୁଝାଇ ରକ୍ଷା କରିଦେଲେ

ବଗ ବଞ୍ଚିହେଲା ସୁଖୀ।୯

ଶପଥ କରିଲା ସଭିଙ୍କର ଆଗେ

ଆଉ ଗରବ ନ କରି

ସମାନ ଦୃଷ୍ଟିରେ ଦେଖିବ ସଭିଙ୍କୁ

ଆଜି କ୍ଷମା ଦିଅ କରି।୧୦

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍