ବେପରବାୟ
ବେପରବାୟ
ଲଗାମ ବିହୀନ ଜୀବନ
କେତେ ରଙ୍ଗୀନ୍ ସତରେ
ସହଜରେ ବାରିହୋଇପଡେ
ହଁ ସହଜରେ ବାରିହୋଇପଡେ
ଯେତେ ନିବିଡତା!
ଯେତେ ଦୋଛକିରେ ଭେଟ!
କେତେ ସୁଖଦ ଅନୂଭୁତି
ତହିଁରେ ଗାରାମାରା ହୋଇଥିବା
କେଇଫର୍ଦ୍ଦ ଅନାବନା କାଗଜ
ମନେପଡେ ଯେବେ ସେଥିରେ ଲେଖାଥିବା,
କେତେ କଟାକଟି କେତେ ଛଟାଛଟି ପରେ
ସମ୍ପର୍କର ଡୋରୀ
ଧୂମୀଳ ଆକାଶର ରଙ୍ଗ ପରି
ମନ ଆକାଶରେ ଉଡିବୁଲୁଥାଏ
କେତେବେଳେ ଅଙ୍କିଦିଏ ନିଃସଙ୍ଗ ନିବିଡତା
ତ କେତେବେଳେ ଅସୁମାରୀ ନିରବତା
ହେଇଥାଉ ସିଏ,
ମାଆର ରାଗ କୃତ୍ରିମ ଠାଣିରେ
ଅବା ବାପାଙ୍କ ଆକଟ ରକ୍ତିମ ଆଖିରେ
ଭଉଣୀର ପ୍ରେମ ସଜା ଫୁଲ ପାଖୁଡାରେ
କି ଭାଇର ସାହାସ ସଂଗ୍ରାମୀ ଆଭାରେ
ପ୍ରୀୟାର ଗୁମସୁମ ପଣତ?
ଭାସିବୁଲୁଥିବା ମିଛୁଆ ସମ୍ପର୍କର ଚିଟା
ଉଡିଯାଇଥାଏ ବେପରୁଆ ସମୟ ଆଳରେ
ଅଘୋରିର ଘର ନାହିଁ
ସପନ ଦେଖିବାକୁ ରାତି ତାକୁ ମନା
ଯେମିତି
ଯେମିତି ସଂଗ୍ରାମୀ ବିହୀନ ଜୀବନ
କେତେ ରଙ୍ଗୀନ ସତରେ !
ସହଜରେ ବାରିହୋଇପଡେ
ହଁ ସହଜରେ ବାରିହୋଇପଡେ
