ବେମାପ
ବେମାପ
ସତୀତ୍ଵ ର ପରାକାଷ୍ଠା ସ୍ଵୀକାରିଲି ଯେବେ
ଭେଟିଲି ମୁଁ ଭିନ୍ନ ପୁଣି ଭ୍ରମର ଭଅଁର,
ବୁହାଇଲି ଭାରାକ୍ରାନ୍ତ ଲୁହ ଲହୁ ଏକାଠି କରି
ପ୍ରମାଣିତ କରିବାକୁ ବିନାଦୋଷେ ବାଧ୍ୟ କାରାଗାର ।୧l
ବିଫଳତା ଧରିଲା ଜାବୁଡ଼ି, ଛାଡ଼ିଲାନି ପଞ୍ଝାରୁ ତାହାର,
ବିବଶ ମୁଁ ବିବାକେ ଚାହିଁଲି, ନିରୁତ୍ତର ସୀମାରୁ ବାହାର
ଇନ୍ଦ୍ରଜାଲ ରଚାଇଲା ମୋହେ, ଲୁଟିନେଲା ସର୍ବସ୍ବ ନିଜର,
ଖସିଗଲି ଅଳ୍ପକେ ବର୍ତ୍ତିଲି, ପିଣ୍ଡରେ ପ୍ରାଣକୁ କରି ହତାଦର। ୨l
ବଦନାମୀ କଳା ପତାକାରେ, ବାନ୍ଧିଲି ମୋ ମଥାରେ ମୁଁ କେଶ,
ଇଚ୍ଛା ମାରି ଅନିଚ୍ଛା ଆବୋରି, ହୋଇଲି ମୁଁ ଗଣିକାର ବେଶ,
ଇନ୍ଦ୍ରିୟ କୁ ଅଲକ୍ଷରେ କାଳେ କରି ପାରିଲିନି ମୁଁ ସଂଜମ,
ହାଟରେ ମୁଁ ନିଲାମ ଡାକିଲି, ଶସ୍ତାରେ ମୁଁ ହୋଇଣ ବେହୋସ ।୩l
ଚେତନା ମୋ ଫେରିଲା ବେଳକୁ ସାଜିଲି ମୁଁ ରାଣୀ ମହୁମାଛି,
ଅଦୃଶ୍ୟ ମୋ ସତୀତ୍ଵ ର ବହୁବର୍ଷ ପୁଞ୍ଜି କରିନି ମୁଁ ପାପ,
ଅଙ୍କାବଙ୍କା ଦୋଛକି ମୋଡରେ, ଝୁଲେ ରାସ୍ତେ ଜୀବନର ଗଳ୍ପ,
ହାତେ ମାପି ଚାଖଣ୍ଡେ ତ ଚାଲେ, କେମିତି ଏ ହୋଇଲା ବେମାପ ।୪l
