ବେଖାପ ଲାଗୁଛି ଜୀବନର ସ୍ବର
ବେଖାପ ଲାଗୁଛି ଜୀବନର ସ୍ବର
ଧ୍ରୃମାଭ ଆଜି ଆକାଶ
ସ୍ଥବିର ସାଗରର ଉତ୍ତାଳ ଚରଙ୍ଗ
ପବନରେ ନାହିଁ ଆଉ ସେ ମୃଦୁ ମାଦକତା
ଧରଣୀ ବି ହଜାଇ ବସିଛି ତା ସବୁଜଚା।
ସବୁକିଛି ଯେମିତିକି ବିକ୍ଷିପ୍ତ ବିସ୍ମୟ
ହାତ ମୁଠାରୁ ଛିଟିକି ପଡିଛି ସମୟ
ବେଖାପ ଲାଗୁଛି ଜୀବନର ସ୍ବର।
କୁଢ କୁଢ ପ୍ରତୀକ୍ଷା ପରେ ବି
ବଦଳୁନାହିଁ ସମୟ
ମହଣ ମହଣ ଅନ୍ଧାର ଭିତରେ
ହଜିଯାଉଛି ଆଶାର ଆଲୋକ
ଚାରିଆଡେ ନିଶବ୍ଧ ନିଥର
ବେଖାପ ଲାଗୁଛି ଜୀବନର ସ୍ବର।
ରାଜ ରାସ୍ତାପରେ ଦେଖ ମଣିଷ ହେଣ୍ଟାଳ
ଅର୍ଦ୍ଦମୁଖା ବେଶଧରି ମଣିଷ ସାଜିଛି ସନ୍ତ୍ରାସ
ତଥାପି କି ଆଶ୍ଚର୍ଯ୍ଯ ସଚେ
ଭୟତ୍ରସ୍ତ ଆଜି ମଣିଷ ମଣିଷକୁ ଦେଖି
କଥାହୁଏ ଦୁଇ ହାତ ଦୂରେ,
ସବୁଜ ପ୍ରତ୍ୟୟ ଜଳେ
କୋରନାର ଦାବାନଳେ
ବଦଳିଯାଇଛି ସମୟ
ବେଖାପ ଲାଗୁଛି ଜୀବନର ସ୍ବର।
ଯେମିତିକି ସବୁକିଛି ଅଟକି ଯାଇଛି ଏହିଠାରେ
କାନ୍ଥଘଡିର ସେ ଟିକ୍ ଟିକ୍ କରୁଥିବା ଶବ୍ଦ
କ୍ୟାଲଣ୍ଡରର ଅପରିବର୍ତ୍ତନୀୟ ପୃଷ୍ଟା
ପବନର ଫୁଆରା/ନଈର ଆବେଗ
ଆଶାର ଆଲୋକ / ନବ ଉନ୍ମାଦନା
ସବୁକିଛି ଆଜି ଅସ୍ତବ୍ୟସ୍ତ ପ୍ରାୟ
ବଦଳି ଯାଇଛି ସମୟ
ବେଖାପ ଲାଗୁଛି ଜୀବନର ସ୍ବର।