STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ବେଇମାନ

ବେଇମାନ

1 min
449


ଯାର ମାଟି ପାଣି ପବନେ

ନିଶ୍ଵାସ ନେଉ ଆମେ

ବିଶ୍ଵାସଘାତ କରୁ ତା ପ୍ରତି

 ସବୁ ସ୍ଵାଧୀନତା ପାଇସାରିବା ପରେ

ଅସହିଷ୍ଣୁତାର ଦ୍ଵାହି ଦେଇ

ବେଇମାନ ସାଜୁ ନିଜ ଦେଶେ ।

ନିଜ ଦେଶେ ରହି ବିଦେଶକୁ କରି ଆପଣାର

ଇର୍ଷା କର ଦେଶର ଉନ୍ନତି ଦେଖି

ରଚାଇ ଆତଙ୍କବାଦ

ନଷ୍ଟ କରିଦିଅ ଶାନ୍ତିଧାମ

ଜାତି ଧର୍ମର ତାସ ପାଲି ଖେଳି

ତାଳି ମାରି ହସ ଯୁଦ୍ଧ ଶେଷେ ।

ବିଜୟର ଟୀକା ପିନ୍ଧିଲେ ଦେଶ

କ୍ରିକେଟ ହେଉ ଅବା କେଉଁ କ୍ଷେତ୍ରେ

ସହିପାରେନି ତୁମ ଛାତି

ଭାଙ୍ଗିଦିଅ ଟେଲିଭିଜନର ପରଦାକୁ

ପାଗଳଙ୍କ ଭଳି କରି ପ୍ରଳାପ 

ଦେହ ଅଛି ଏଠାରେ ତୁମର

ଆତ୍ମା କିନ୍ତୁ ଆଉ କେଉଁଠି

ସମର୍ଥକ ନ ହେଲ ନାହିଁ

ହିଂସା ରକ୍ତପାତ କର ବାରମ୍ଵାର କାହିଁ ।

ଭଲ ଲାଗୁନି ଯଦି ଏଠାରେ ତୁମକୁ

ଛାଡି ଚାଲିଯାଅ ବିଦେଶ ମାଟିକୁ

ଅତ୍ୟାଚାର କରନି ମୋ ମାଟି ମାଆକୁ

ପବିତ୍ର ଶାନ୍ତିଧାମେ ଲଗାଅନି ନିଆଁ

 ପୂର୍ଣ୍ଣ ସ୍ଵାଧୀନତା ମିଳିଯାଇଛି ବୋଲି 

ଛାଡିଯିବାକୁ ନୁହେଁ ମନ ସଦା

ବିଦେଶୀ ନୀତି ଭାରି କଠୋର

ପାରିବନି ମୁହୂର୍ତ୍ତେ ସହି

ଖାଇବ ଯାହାର ନିନ୍ଦିବ ତାକୁ

ମିଛ ଛଳନା ଷଡଯନ୍ତ୍ର କରି

ଧ୍ଵଂସ ପଥେ ଜାଲ ବିଛାଇ 

କି ଲାଭ ପାଉଛ ଏଠାରେ ରହି ।

ଚାଲିଯାଅ ଭୀରୁ କାପୁରୁଷ ଦେଶରୁ

ଏମିତି କୋଟିଏ ତାରା ଥିଲେ

କି ଲାଭ ଆକାଶର

ଯିଏ କରିପାରୁନି ଆଲୋକିତ 

ଘୋଟିଥିବା ଅନ୍ଧକାରକୁ ।

ଶତ ଶତ ଧୀକାର ତୁମକୁ

ଭଦ୍ରତାର ମୁଖା ପିନ୍ଧି

ଦିନରେ ବସନ୍ତ ରାତିରେ ବାସନ୍ତୀ ସାଜ

ମୁହେଁ କଳା କପଡା ଘୋଡି 

ଅଭିନୟ କର ଚମତ୍କାର

ଉପରେ ପାଣିଢାଳି ଭିତରେ କାଟ ଚେର

ଧନ୍ୟ କହିବ ତୁମ ବେଇମାନ ପଣିଆକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍