Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

3  

rasmi maye pati

Others

ବେଦନା

ବେଦନା

1 min
274


ବସୁମତୀ ସହ ନିବିଡ଼ ଡୋରିରେ

 ମେଘର ସବାରୀ ବନ୍ଧା 

ବେଦନାର ଜ୍ଵାଳା ଅଧିକ ହୋଇଲେ

 ଧରା ବକ୍ଷ କରେ ଥଣ୍ଡା ୧


ଆକଣ୍ଠ ବେଦନା ଗ୍ରାସ କରି କରି

 ଶୀତଳ ପରଶ ଦିଏ

ଆଦାନ ପ୍ରଦାନ ମଧୁର ଭାବର

 ଯୁଗ ଯୁଗ ଧରି ଥାଏ୨


ମନ ଅଗଣାରେ ବେଦନାର ଜ୍ଵାଳା

  ହେଉଥିବ ଘନୀଭୂତ

କେଉଁଠି ବର୍ଷିବ କେବେ ଥଣ୍ଡା ହେବ

 ନ ଥାଏ ତାର ହିସାବ ୩


ଆଖିର ସନ୍ଧିରୁ ଦୁଇ ଧାର ହୋଇ 

 ଅଜାଣତେ ବହିଯିବ

ଲୁଚି ହଜିଯିବ କୋମଳ ଗାଲରେ

 ପଣତରେ ଭିଜି ଯିବ ୪


ଦୁଇ ଧାର ଲୁହ ଓ ଭିଜା ପଣତ

 ଅନ୍ତର ମେଘରେ ଖେଳେ

ମେଘ ସିନା ବନ୍ଧା ବସୁମତୀ ସଙ୍ଗେ

 ବେଦନାରେ ମନ ଜଳେ ୫ 

  



Rate this content
Log in