ବଦନାମ ଗଳି
ବଦନାମ ଗଳି
ମୁଁ ବଦନାମ ଗଳିର ଝିଅ
ମୋତେ ଘୃଣା କରି ପାରନ୍ତି ସଭିଏଁ
ମୋ କର୍ମ ଓ ଧର୍ମକୁ
ମୋ ଭାବ ଓ ବିଚାରକୁ।
କିନ୍ତୁ କୁହନ୍ତୁ ତ
କିଏ ଏ ବଦନାମ କଳିକୁ ପଠେଇଲା
ବାଧ୍ଯ କଲା ଏଠାକୁ ଆସିବା।
ମୁଁ ତ ଈଶ୍ବରଙ୍କ ସନ୍ତାନ
ଗୋଟେ ନିଷ୍ପାପ ଭୃଣ
ମୋର ବି ଇଛାଥିଲା ଆପଣ ମାନଙ୍କ ପରି
ରହିବାକୁ କର୍ମ ଆଉ ଧର୍ମ କରିବାକୁ।
ମୁଁ ତ ଚାହିଁ ନ ଥିଲି ଜାରଜ ହୋଇ ଜନ୍ମିବା
ଜଣେ ପିତା ଆଉ ମାତା ହୀନ ହୋଇ
କେମିତି ବଞ୍ଚିଛି ଭାବି ପାରୁଛନ୍ତି ତ ?
ଯଦି ହଁ
ମୋତେ ମୁକ୍ତିର ବାଟ ବତାନ୍ତୁ
ଯଦି ନାଁ
ଆସନ୍ତୁ ଏ ବଦନାମ ଗଳିକୁ
ପିଇଯାନ୍ତୁ ଅମୃତରୁ ଠୋପେ
ଯେଉଁଠୁ ସଭିଏଁ ଜନ୍ମିତ।
ଗୋଟେ ବିପରୀତ ଲିଙ୍ଗରେ ମିଶିବା
ଆନନ୍ଦ ଉପଭୋଗ କରିବା
ପବନ ପରି ସାଇଁସାଇଁ,ସମୁଦ୍ର ପରି ଘୋ ଘୋ
ଆଉ ଆଲୋକ ପରି ଦିକିଦିକି।
ଫରକ୍ ଏତିକି ଆପଣ ବାପା ଓ ମାଆଙ୍କୁ ପାଇଛନ୍ତି
ସମାଜ ବି ସୀକୃତି ଦେଇଛି।
ଆଉ ମୁଁ ଗୋଟେ ସ୍ଵୀକୃତି ହୀନା ଝିଅ
ଯା'ର ବାପା ଆଉ ମାଆ ବିଶୃଙ୍ଖଳିତ
ଗୋଟେ ଅସହ୍ଯ ଯନ୍ତ୍ରଣାରେ ଛଟପଟ ହୋଇ
ସୁଖ ସଂଭୋଗ କରୁକରୁ
ଗଳି ପଡି଼ଲି
ନ ଭାବି ପାପ କି ପୂଣ୍ୟ ?
ସେ ଦୁହେଁ ଲୋକ ଲଜ୍ଜାକୁ ଘୋଡେ଼ଇ
ମୁକ୍ତି ପାଇଗଲେ
ହୁଏତ ଅନ୍ତର ଭିତରେ ଅନୁତାପ କରୁଥିବେ
ଅଥବା ଲୁଚିଲୁଚି ଦେଖୁଥିବେ।
ଯାହା ହୋଇ ଯାଇଛି ଛାଡ଼ନ୍ତୁ।
ମୋର ମୁକ୍ତି ଦରକାର
କିଏ ଅଛନ୍ତି ଆଗେଇ ଆସନ୍ତୁ
ମଥାରେ ସିନ୍ଦୂର,ହାତରେ ଶଙ୍ଖା ଆଉ ପାଦରେ ଝୁମୁକା ଦେବାକୁ
ସଧବାର ଦାଉଦାଉ ଚିତାରେ ଶୁଆଇବାକୁ।
କିନ୍ତୁ,ମୁଁ ଜାଣେ
କେହି ଆସିବନି
ଏ ବଦନାମ ଗଳିକୁ
କାରଣ ସଭିଏଁ ସ୍ବାର୍ଥପର,ଧପ୍ପାବାଜ୍।
ଯଦିବା ଆସିବ ଚିପୁଡି଼ବାକୁ
ଦରଦର ଗଳୁଥିବା ନିର୍ଝର
ବିନା ଦୃମରେ ଠିଆ ହୋଇଥିବା ପାହାଡ଼କୁ।
ଧିକ୍ !
ଆପଣଙ୍କ ଜୀବନ
ଆଉ ମୁଁ ବି
କାରଣ ସବୁକିଛି ଜାଣି ବି ସେଇ ନୀଚ୍ଚକର୍ମ
ସେଇ ପାପ ରାତି ଆଉ ଦିନ।
