STORYMIRROR

jyotsna mayee panda

Others

3  

jyotsna mayee panda

Others

ବଦଳୁଛି ମୋ ଗାଁର ଭୂଗୋଳ

ବଦଳୁଛି ମୋ ଗାଁର ଭୂଗୋଳ

1 min
244

ବଦଳୁଛି ମୋ ଗାଁ ର ଭୂଗୋଳ

ଗାଁ ନଈ ତୁଠ ନିରବ ନିଶ୍ଚଳ

ଡାକୁନି ଆଉ ସେ କୁଟିଳ ଶୃଗାଳ ।

ଝାଟିମାଟି ଘର ଆଉ ଦିଶୁନାହିଁ

ସବୁ କୋଠା ଘର ହେଲା

ଗାଇ ହମ୍ବା ରଡି ଆଉ ଶୁଭୁନାହଁ

ଗାଁ ରାସ୍ତା ପକ୍କା ହେଲା l

ଶୁଭୁନି ଆଉ ସେ ମନ୍ଦିର ବେଢାରେ

ପବିତ୍ର ସେ ଶଙ୍ଖ ନାଦ

ସମସ୍ତେ ପାଠୁଆ ହୋଇଗଲେ ଆଜି

ଲୋଡ଼ା ହେଲା ସୁରା ଆଜ

ନିଜେ ନିଜକୁ ତ ମଣନ୍ତି ଗର୍ବିତ

କରି ସେଇ ରାଜନୀତି

ସନିଆ ଭାଇଟା ସରପଞ୍ଚ ହେଲା

ଫୁଲାଏ ଗର୍ବରେ ଛାତି

ରାଜନୀତିର ସେ ପଶାପାଲି ଖେଳେ

କରୋନା ଯୋଦ୍ଧା ସାଜିଲା

କେତେ ପୁରସ୍କାର କେତେ ଉପହାର

ସରକାରଙ୍କ ଠୁ ପାଇଲା l

ଖାଇବା ପିଇବା ସବୁତ ଚାଲିଛି

ମିଳୁଛି କେତେ ଫାଇଦା l

ସତରେ ସିଏ ତ ଏ କରୋନା ପାଇଁ

ପାଇଲା କେତେ ଆଦର

ସରକାର ପରା କହିରଖିଛନ୍ତି

ସିଏ ଅଟେ କଲେକ୍ଟର l

କୁଡ଼ିଆଟା ତାର କୋଠା ଘର ହେଲା

କେତେ ଯେ ଗାଡି କିଣିଲା

ସତେ ଅବା ସିଏ କେଉଁ ଜନମରେ

କେତେ ପୁଣ୍ୟ କରିଥିଲା

ସରପଞ୍ଚ ପଦ ପାଇଁ ଆଜି ସିଏ

ନିଜକୁ ଧନ୍ୟ ମଣିଲା

ଧନ୍ୟ ରାଜନୀତି ଲୀଲା

ଗରିବ ମୁଣ୍ଡଟି ସଦା ନୁଖୁରା ତ

ତେଲିଆ ମୁଣ୍ଡେ ତେଲ ଦେଲା

ଏତ ରାଜନୀତି ଖେଳା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍