ବୈଶାଖ
ବୈଶାଖ
ବୈଶାଖ ମାସରେ ପ୍ରଚଣ୍ଡ ତାତିରେ
ଜଳି ଉଠେ ଆମ ଭୂମି
ତର ,ତର ହୋଇ କୃଷକ ଉଠଇ
ଚଷୀବାକୁ ତାର ଜମି ।
ଜଳି ଉଠେ ଆମ ଭୂମି
କାନ୍ଧରେ ଲଙ୍ଗଳ ହାତରେ ପାଞ୍ଚଣ
ଧରି ଚାଲି ଥାଏ ବେଗେ
ଭାସ୍କର ଉଇଁଲେ ରହିହେବ ନାହିଁ
ଏହି କଥା ଚାଷୀ ଭାବେ ।
ଧରି ଚାଲି ଥାଏ ବେଗେ
ପୁଷ୍କରିଣୀ ଆମ ଶୁଷ୍କ ପଡ଼ିଯାଏ
ଗୋମାତା ପାଏ ନି ଜଳ
ବାରଟା ନ ହଉ ଫେରିଯେ ଆସନ୍ତି
ଭାବନ୍ତିନି କେତେ ବେଳ ।
ଗୋମାତା ପାଏ ନି ଜଳ
ବୈଶାଖ ମାସରେ ମୁଖେ ଦେଲେ ଜଳ
ମିଳଇ ସକଳ ସୁଖ
ଧର୍ମ ମାଷ ଏହି ମନେ ରଖିଥିବ ଭାଇ
ଦେବନି କାହାକୁ ଦୁଃଖ ।
ମିଳଇ ସକାଳ ସୁଖ
ଖରାଧାର ଗଲେ ଗଗନ ବହିଲେ
ସଞ୍ଜେ ଲାଗେ ଥଣ୍ଡା ସ୍ୱଳ୍ପ
ଗ୍ରାମ ମଣ୍ଡପରେ ଭିଡ଼ ଜମିଯାଏ
ଶୁଣିବାକୁ ନନା ଗପ ।