ବୈଦେହୀ
ବୈଦେହୀ
1 min
135
ହେ ବୈଦେହୀ ! ବିଦେହ ନନ୍ଦିନୀ
ଭୁଲିବାକୁ ଚେଷ୍ଟା କର
ଅତୀତ ଯାତନା,
ଅଶୋକ ବନର ନିଃସଙ୍ଗତା
ଅକୁହା ଆବେଗ ବ୍ୟଥା |
ନାରୀ ଜୀବନ ଲକ୍ଷ୍ମଣ ରେଖା
ଅତିକ୍ରାନ୍ତେ ଏ ଶାସ୍ତି ବିଧାନ
ସମାଜ ପ୍ରସୂତ କାଳେ କାଳେ
ପତ୍ନୀ ଧର୍ମ ପାଳନେ
ସତୀତ୍ଵ ପରୀକ୍ଷା
ନିହାତି ଜରୁରୀ ଯୁଗେ ଯୁଗେ
ରାମଚନ୍ଦ୍ର ମାନଂକର
ଭାବିନିଅ ଵିଧିର ବିଧାନ
ପାପୀର ସଂହାର ଲାଗି
ଏ ସବୁ ତୁମ ଅବତାର |
ସାଧାରଣ ମାନବ ସମ
ଦେବତା ଯଦି
ମାୟା ମୃଗ ପଛେ
ଧାଇଁବା ସମ୍ଭବ
ତେବେ ଦୋଷ କାହାକୁ ଦେବ ?
