STORYMIRROR

Bharatabandhu Biswal

Others

3  

Bharatabandhu Biswal

Others

ବାଟଓଷା

ବାଟଓଷା

1 min
173


ଦାଣ୍ଡ ଆଉ କେତେ  ପହ°ରିବୁ ମାତା

     ବାଟଘାଟ ତ ଅସନା

ମୂର୍ତ୍ତିମନ୍ତ ସ୍ୱୟଂ    ଦେବ ଯମରାଜ

     ସ°ସାର ଯମ ଯନ୍ତ୍ରଣା ।


ପୈ।ଷ ଦ୍ୱିତୀୟା   କୃଷ୍ଣ ପକ୍ଷ ତିଥି

      ବଜ୍ରମୂଳି ବାଟଓଷା

ରହି ଉପବାସ    ଝାଡନ୍ତି ପୁତ୍ରଙ୍କୁ

     ମନାସିଥାନ୍ତି ସୁରକ୍ଷା ।


ମୁଢି ଖଇ ଚୂଡା   ତୁଷ କନ୍ଦମୂଳ

    କଦଳୀ ଆଖୁ ଓ ମୂଳା

ବାଡି କରମଙ୍ଗା  ଦିଅନ୍ତି ନୈବେଦ୍ୟ

    ଉପଚାରେ କରି ପୂଜା ।


କାମ କରୁନାହିଁ   ବଜ୍ରମୂଳି ଆଉ

   ବାଟଓଷା ଝଡାଫୁଙ୍କା

ପିତୃ ପିତୃଲୋକ  ଏବେ ବାଟବଣା

    କି°କର୍ତ୍ତବ୍ୟ ଆର୍ଯ୍ୟମା ।


ସତୀତ୍ୱ ଶୂଚୀତା   ଅତ୍ୟନ୍ତ ଦୁର୍ଲଭ

    ଭୂଆସୁଣୀ ବିଛାନାଗ

ବିଫଳ ହେଉଛି   ଇନ୍ଦ୍ରଙ୍କ ଅମୋଘ

    କଠୋର ବି ମୃତ୍ୟୁଦେବ ।


ପିନ୍ଧି ହାଇହିଲ    ଅତି ଆଧୁନିକ

    ଦୋଚାରୁଣୀ ଭୂଆସୁଣୀ

ତେଲ କଢେଇରେ  ଜଳାଏ ସୁପୁତ୍ର

    ନାଶ କରେ କୁଳ ଜାଣି ।


ବୃଦ୍ଧ ଆଶ୍ରମରେ   ଗୃହ ଏକକୋଣେ

      ମାତାପିତା ହନ୍ତସନ୍ତ

କେତେ ଶୁଭାଶୀଷ  ବର ଦୀର୍ଘାୟୁଷ

      ବିଚରା ମାତା ତପିବ ।


ସରବର ବେଶୀ   ମାଆ ଉଗ୍ରଚଣ୍ଡୀ 

     ପରଘରେ ପଲେଇ ମା

ବିପନ୍ନ ସ°ସ୍କାର     ଉଚ୍ଛନ୍ନ ସ°ସାର

      ଉଦ୍ଧର ତ୍ରାହି ମାମ ।


       


Rate this content
Log in