ବାଟୋଇ PROMPT 9
ବାଟୋଇ PROMPT 9
1 min
23.5K
ସେ ଚାଲେ ଅସରନ୍ତି ଦୂର
ଗ୍ରାମ ପଥ ସଡ଼କ ପଥ
ଜୀବନର ଚଲାପଥ ।
କେବେ ସେ ଦଉଡି ଯାଏ
ଆଗ ପହଞ୍ଚିବା ପାଇଁ
କେତେ ଝୁଣ୍ଟି ବି ହାର ମାନିନି
ପାନ୍ଥଶାଳାରେ ଅଟକିବା ଆଗୁ
ବାଛି ନିଏ ଗଛ ମୂଳ
କାରଣ ସେ ଵାଟୋଇ ।
ସେଇଠି ସେ ପାଏ
ପତରର ଶିରିଶିରି ପବନ
ସୂରୁଯର ଛାଇ ଆଲୁଅ ଖେଳ
ପାଦ ତଳେ ମାଟି
ମୁଣ୍ଡ ଉପରେ ଆକାଶ
କାନ୍ଧ ମୁଣିରେ ଵୋତଲଟେ ଜଳ ।
ଥକ୍କା ମେଣ୍ଟି ଚାଲିବାକୁ ହେବ
ଆଗକୁ ଅନେକ ଆଗକୁ
ହେଲାଯାଏ ଫେରିବାର ବେଳ ।
