STORYMIRROR

rasmi maye pati

Others

3  

rasmi maye pati

Others

ବାଟ ସରିଗଲେ ଘାଟ ରେ ଦେଖା

ବାଟ ସରିଗଲେ ଘାଟ ରେ ଦେଖା

1 min
188


ବାଟ ସରି ଗଲେ କାଳିଆ ସାଆନ୍ତ

  ତୋ ଘାଟ ରେ ହେବ ଦେଖା

କେଉଁଠି ଛାଡ଼ିବୁ ଏ ପାପୀ ଆତ୍ମା କୁ

କହ ବିପଦ ର ସଖା।।

ଚିହ୍ନି କି ପାରିବୁ ଏ ଅଧମ ନର

  କେତେ ବାଣ୍ଟୁଥିଲା ଦୁଃଖ

ସୁଖ ସ୍ମୃତି ମାଳେ ହଜି ଯାଉଥିଲା

  ଏଇ ବୋଧେ ସେଇ ଲୋକ।।

ନଗର ଦାଣ୍ଡ ଠୁ ଗଳି କନ୍ଦି ଯାଏଁ

  କେତେ ବାଣ୍ଟି ଥିଲା ସ୍ମୃତି

କେତେ ଲେଖୁଥିଲା କବିତା ପ୍ରବନ୍ଧ

  କେତେ ତାର ଅନୁଭୂତି।।

କହି ବୁକି ଥରେ କାଳିଆ ସାଆନ୍ତ

  କେଉଁ ଘାଟ ଅଟେ ତୋର

ବାଲି କି ପଥର କାଦୁଅ କି ପଙ୍କ

 ଲାଗୁଚି ରେ ଭାରି ଡର।।

ନର୍କ ଯନ୍ତ୍ରଣା ରେ ଛନ୍ଦିବୁନି ମତେ

  ଘେନି ବୁ କି ମୋ ଗୁହାରି

କାଦୁଅ ପଙ୍କ ରେ ଲୀନ କରି ବୁନି

 କରିଦେବୁ ଘାଟ ପାରି।।

କେଉଁ ଘାଟେ ମତେ ନେବୁ ରେ କାଳିଆ

 କହିବୁ କି ମତେ ଥରେ

ଶୋଇ ଥିବି ଯେବେ ଗାଢ଼ ନିଦ ରେ

  ନିଶାର୍ଦ୍ଧ ରେ ନିର୍ଜନ ରେ।

କେଉଁ ଘାଟେ ଦୁଃଖ କେଉଁ ଘାଟେ ସୁଖ

  ଜଣେଇ ଦବୁ କି ଥରେ

ନିଦ୍ରା ସରୁ ଥିବ ଯାମିନୀ ଅନ୍ତ ରେ

  ତନ୍ଦ୍ରା ହଜେ ପାହାନ୍ତି ରେ।।

ଏବେ ଯିବି ନାହିଁ ଡାକି ବୁନି ମତେ

 ହୋଇ ନାହିଁ ବେଳ ମୋର

ମୋ ବାଟ ସରିଲେ ତୋ ଘାଟ ରେ ଦେଖା

 ଭେଟ ହେବା ତୋର ମୋର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍