STORYMIRROR

subrat kumar jena

Others

3  

subrat kumar jena

Others

ବାତାୟନ ପଥେ

ବାତାୟନ ପଥେ

1 min
246


ଯାଉଥିଲି ଦିନେ ରାଜ ପଥ ଦେଇ

ଧିରେ ଅଳସୀ ଜହ୍ନ ଆସୁଥିଲା ନଇଁ

ହଠାତ୍ ଭେଟିଲା ପିଲାଟିଏ ଆସି

ପଚାରିଲା ପ୍ରଶ୍ନଟିଏ ସାମାନ୍ୟ ହସିଦେଇ

ଗରିବ ଘରରେ ଜନ୍ମ ନେବା କଣ

ମୋ ପାଇଁ ଭାଗ୍ୟର ବଡ଼ ବିଡମ୍ବନା

ଭୋକ ଶୋଷ ପରି ଅନେକ କ୍ଲେଶ

ହୁଅନ୍ତି ନୀତି ମୋ ସହ ସାମ୍ନା

ଅକାଳେ ଦଇବ ସାଜିଛି ବଇରୀ

ଭାଙ୍ଗିଛି ମୋ ଛୋଟ ଘର

ଉଡ଼ାଇ ନେଇଛି ମୋ ଚାଳରୁ ଛପର

ନିଜ ଲୋକେ କରିଛନ୍ତି ମୋତେ ପର

ଭୋକ ଶୋଷେ ରହି କରିଥିଲି କାମ

ଭରିବାକୁ ପେଟ ଭୋକ

କାମ ସରିଗଲେ ମିଳୁନି ପାଉଣା

ଶୋଷଣ କରନ୍ତି ଦୁନିଆ ଲୋକ

କହିଲି ବୁଝାଇ ଶୁଣରେ ବାବୁ

ତୋର ନାହିଁ କିଛି ଦୋଷ

ସ୍ୱାର୍ଥପର ଏଇ ସମାଜରେ ଆଜି

ସହଜେ ମେଣ୍ଟେନି କାହାରି ଶୋଷ

ଅବା ପଛଜନ୍ମରେ କରିଥିଲୁ ବୋଧେ

ତୁହି କିଛି ଖରାପ କର୍ମ

ପୂର୍ବ ଜନ୍ମର ଋଣ ହୋଇନି ଭରଣା

ଏ ଜନ୍ମରେ ତୋଠୁ ଭରଣା କରୁଛି ଧର୍ମ

କଣ ବୁଝିଲା କି ? ପାରିଲାନି ବୁଝି

ଉପରକୁ ଚାହିଁ ହସି ଦେଲା ଜୋର୍ କରି

ଧର୍ମ ଅଧର୍ମ, ପାପ ପୁଣ୍ୟର ବୋଝ

ତା ବାଳୁତ ହୃଦୟେ ଭରିଲିକି ମୁଁ ? ଜୋର୍ କରି ।

ସୁବ୍ରତ ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍