ବାରମ୍ବାର ପ୍ରେମ
ବାରମ୍ବାର ପ୍ରେମ
ତୁ ଆଉ ମୁଁ ଗୋଟିଏ ଧାଡିରେ
ବସୁଥିଲେ ସବୁ ଦିନ
ପଢିବାରେ ଜମା ମନ ତ ନ ଥିଲା
ହୋଇଗଲା ଯେବେ ପ୍ରେମ ,
ତୋ ମନ ସାଥିରେ ମୋ ମନ ଘୁରିଲା
ଅହରହ ରାତି ଦିନ
ଭଲ ଲାଗୁଥିଲା ଶୂନଶାନ ନୀରଜନ
ତୋ ବିନା ସତେକି ଜୀବନ ଜୀଇଁବା
ମରଣ ସହ ସମାନ ।
ତୁ ଯେତେ ଯେତେ ନିଜର ଲାଗିଲୁ
ପାଠ ଯାଉଥିଲା ଦୂରେ
ସବୁ କିଛି ମୋତେ ତୁଚ୍ଛ ଲାଗୁଥିଲା
ବଞ୍ଚୁଥିଲି ମୁଁ ଯେ ଡରେ ,
ବିଛେଦ ଡରରେ ତୁ କାନ୍ଦୁ କଇଁକଇଁ
ନରମ ଓଠରେ ଲୁହର ଗୋଲାପ
ମିଛ ମରୀଚିକା ପାଇଁ ।
କେତେ ଦିନ ପରେ
ତୁ ପରା ମୋତେ ଲାଗିଲୁନି ଆଉ
ସାବି ମହାନ୍ତିର ଗୋରା ଚେହେରାଟା
ଆଖିରେ ଖେଳିଲା ଢେଉ ,
ତୋ ମୋ ଭିତର ଖାଁ ଖାଁ ମେଲା
ପ୍ରେମ ଖାଲି ହାଉଯାଉ ।
ସରିଗଲା ପାଠ ପଢା
ଯେତେ ସବୁ ପ୍ରେମ ଭଡା ଲାଗିଗଲେ
ଯାହା ପାଇଁ ଯିଏ ଲୋଡ଼ା
ସାବି ରମା ଗଲେ ଛାଡି ,
ମନର ଗଣ୍ଠିଟା ବନ୍ଧା ପଡ଼ିଅଛି
କିଏ ନେବ ତାକୁ କାଢ଼ି ।
