STORYMIRROR

Banabihari Mishra

Others

3  

Banabihari Mishra

Others

ବାପୁ

ବାପୁ

1 min
693


ତୁମେ ଥରେ ଆସନ୍ତନି

ହେ ବାପୁ ମହାତ୍ମା

ନିଶ୍ଚୟ କାନ୍ଦି ଉଠନ୍ତା

ତୁମ ଅନ୍ତରାତ୍ମା।

ଦେଖି ଯାଆନ୍ତ ଥରଟେ

ସେଇ ଗଛଟାକୁ

ଯାହାକୁ ବଢେଇଥିଲ

ସିଞ୍ଚି ସ୍ୱରକ୍ତକୁ ।

ସେ ଗଛଟା ଏବେ କାଳେ

ଦ୍ରୁମ ହୋଇଅଛି

ଡାଳ ପତ୍ର ଫୁଲ ଫଳ

ଭରି ଯାଇଅଛି।

ତା ଛାଇରେ ରହିଛନ୍ତି

ଜନତା ଦେଶର

ଆସ୍ୱାଦନ କରୁଛନ୍ତି

ସ୍ୱାଦ ଯେ ସୁଖର।

ଏଥିନେଇ ସନ୍ଦେହ ମୋ

ଉପୁଜେ ମନରେ

ଯେଣୁ ହିଂସା ବ୍ୟାପିଅଛି

ସାରା ଦେଶଟାରେ।

ସେ ଗଛରେ ନିର୍ମୂଳି ଯେ

ମାଡି ତ ଗଲାଣି

ପତ୍ର ଫୁଲ ଫଳ ସବୁ

ଝଡି ସାରିଲାଣି ।

ଅହିଂସାର ଗଛଟାକୁ

ହିଂସା ଉଇ ପୋକ

ଫମ୍ପା କରି ଦେଇଛନ୍ତି

ଆସି ତୁମେ ଦେଖ।

ସ୍ୱରାଜର ଫଳ ଯାହା

ମିଠା ସ୍ୱାଦ ଥିଲା

ପୋକବିନ୍ଧା ହୋଇଯାଇ

ଅସ୍ୱାଦ ଲାଗିଲା।

ଆଉଥରେ ଆସ ତୁମେ

ହେ ମହାପୁରୁଷ

ଅହିଂସାକୁ ପ୍ରାଣ ଦେଇ

ହିଂସା କର ନାଶ।

ଆଉଥରେ ଆସ ତୁମେ

ସତ୍ୟର ଫକୀର

ତୁମ ଆଗମନେ ଦେଶ

ହୋଇବ ଉଦ୍ଧାର ।

ଏ ଦେଶଟା ହେବନାହିଁ

ଆଉ ନାରଖାର

ଅହିଂସା ବୃକ୍ଷରେ ହେବ

ପ୍ରାଣର ସଞ୍ଚାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍