ବାପା
ବାପା
ଯେଉଁ ବାପା ଥିଲେ ଫଳନ୍ତି ଗଛ
ଆଜି ହୋଇଗଲେ ଥୁଣ୍ଟା
ଯିଏ ଥିଲେ ଦିନେ ଜୀବନ ସାହାରା
ଆଜି ହେଲେ ରାସ୍ତାର କଣ୍ଟା ।
ପରିବାର ବୋଝ ବୋହି ବୋହି ଯିଏ
ଆମକୁ କଲେ ମଣିଷ
ସେ ବୋଝର ମୂଲ୍ୟ କିଏ ବା ବୁଝିବ
ଆମେ ପରା ଅମଣିଷ ।
ଅଭାବ ପୂରଣ କରିଥିଲା ଯିଏ
ଦିନ ରାତି ଏକା କରି
ଆଜିର ମଣିଷ ବୁଝିପାରେ ନାହିଁ
ହୋଇ ଯାଏ ତା ବଇରି ।
ଆଜିର ସନ୍ତାନ ସବୁ ଭୁଲିଯାଇ
ନିଜ ସ୍ୱାର୍ଥ ପଛେ ଧାଏଁ
ନିଜ ସ୍ୱାର୍ଥ ପାଇଁ ଜନମ ଦାତାକୁ
ଶତ୍ରୁ ବୋଲି ଭାବୁଥାଏ ।
ସନ୍ତାନ କହୁଛି ଜନମ ଦାତା କୁ
ମୋର ପ୍ରତି ଦୟା କର
ବୃଦ୍ଧାଶ୍ରମେ ତୁମେ ଚାଲିଯାଅ ବାପା
ଭୁଲିଯାଇ ଆମ ଘର ।
ସନ୍ତାନ ସୁଖରେ ଯିଏ ସୁଖୀ ହୁଏ
ହୁଏ ନାହିଁ କେବେ ଖପା
ସନ୍ତାନ ଖୁସିରେ ବୃଦ୍ଧାଶ୍ରମ ଯାଏ
କାରଣ ସେ ପରା ବାପା ।
