STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବାପା

ବାପା

1 min
114


ଆଉ ବାପା ବୋଲି ଡାକ ଛାଡି଼ପାରୁ ନାହିଁ

ଏ ଶଦ୍ଦଟି ହଜି ଗଲାଣି କାହିଁ କେତେ କାଳୁ

ଯେବେଠୁ ଅନାଥ ହେଲି 

ଭୁଲିଲି ସବୁକୁ ଓ ନିଜକୁ ବୁଝେଇ।


ବାପା !

ଏ ଶଦ୍ଦଟି ସ୍ବର୍ଗଠାରୁ ଉଚ୍ଚ

ଯିଏ କ୍ଷଣକେ ବୁଲାଇ ଆଣି ପାରନ୍ତି

ମେଘଙ୍କ ଘର ଓ ସୂର୍ଯ୍ଯଙ୍କ ଘର

ପାହାଡ଼ ସେପଟେ କିଚିରି ମିଚିରି ହେଉଥିବା

ପକ୍ଷୀଙ୍କ କାକଳି

ନାଚୁଥିବା ଦୂର ଦିଗବଳୟ ଦୃଶ୍ଯ।


କିନ୍ତୁ ସବୁ ରଙ୍ଗ ଫିକା ପଡି଼ ସାରିଛି

ବୁଲିବା କାହିଁକି ଖାଉଥିବା 

ସୁନା ଥାଳିର ଭାତ,ପିଉଥିବା ରୂପା ଗ୍ଲାସର ପାଣି

ଆଉ ଅମୃତରୁ ପୋଷେ

ସବୁ ତ ଅଚିହ୍ନା ଅଚିହ୍ନା ହେଲାଣି।


ସମସ୍ତେ ଆଜିକାଲି ସାତପର

ଭାଇ,ଭଉଣୀ,ବନ୍ଧୁ ଓ ବାନ୍ଧବ କାହିଁକି

ନିଜକୁ ବି ଭୁଲି ସାରିଛି କାହିଁ କେତେ ଦିନୁ।


ଦେଖୁନ ! 

ବାପାଙ୍କ ବିନା ଏ ଅଞ୍ଚଳ ଖାଁ ଖାଁ

ସବୁକୁ ଅତୀତ କରିବା କାଠିକର ପାଠ

କିନ୍ତୁ କରେ କ'ଣ,କୁହ?

ଭଗ୍ନ ଏ ମନୋରଥ ତଳେ

ନିଜ ଲୁହ ନିଜେ ପିଇବା ହିଁ ସାର।


ଆଜିକାଲି ବାପାଙ୍କ ପାଇଁ କାନ୍ଦି ପାରୁଛି ନା ହସୁଛି

ସପ୍ନ ସୁଦ୍ଧା ଦେଖି ହେଉନି ଯମାରୁ

ସବୁ ତ ସ୍ମୃତିକୁ ହଜେଇ ସାରିଛି

ଫିଙ୍ଗି ହୋଇ ଯାଇଛି ମନ ଆଇନାରୁ।


ବାପା !

ତୁମେ ଓହ୍ଲାଇ ଆସ ତ

ଘଡି଼ଏ ମନ ପୂରେଇ ଦେଖେ

ତୁମ ବିଶାଳ ଛତ୍ରଛାୟା ତଳେ

ଘଡି଼ଏ ବସେ ଯେଉଁଠି ଖେଳୁଥିଲି କିରିକିରି ହୋଇ।


ନା ତୁମେ ଆଉ ଆସିବନି

କୁଆଡେ଼ କେହି ବି କାହାର ନୁହନ୍ତି

ଦେହର ଛାଇ କି

ଆଖିର ଲୁହ ବି ନିଜର ନୁହନ୍ତି,ନୁହେଁ ।


ଏ ମୋର ଆକୁଳତା

ମୋ ହୃଦୟର ବିଳାପ 

ବାପା ବିନା ସବୁ 

ତନୁମନ ଯେମିତି ତୁଚ୍ଛ ଓ ପଥର।

         


Rate this content
Log in