STORYMIRROR

Nihar Ranjan Acharya

Others

3  

Nihar Ranjan Acharya

Others

ବାପା

ବାପା

1 min
148


'ବା' ଶବଦେ ବାୟୁ   'ପା' ଶବଦେ ପାଣି 

      ଏହା ହିଁ ନିଛକ ସତ, 

ବାୟୁ-ପାଣି ବିନା    ବିସ୍ତୃତ ବେଦନା 

      ଅଚ଼ଳ ଜୀବ ଜଗତ। 


ଆକାଶ ଠୁଁ ମେରୁ    ପୃଥିବୀ ଠୁଁ ଗରୁ 

      ଅବିଚଳ ତାଙ୍କ ମନ, 

ଆସୁ ଯେତେ ଝଡ଼   ଝଞ୍ଜା କି ବତାଶ 

     ସବୁଥିରେ ସେ ସମାନ। 


ସତ୍ଯ ନ୍ଯାୟ ଧର୍ମ    ନୀତି ଓ ଆଦର୍ଶେ 

      କଠୋର ତାଙ୍କର ମତି, 

ସ୍ନେହ ଶ୍ରଦ୍ଧା ପ୍ରେମ   ଶିକ୍ଷାଦାନ ପାଇଁ 

      ଉଜ୍ଜ୍ବଳ ତାଙ୍କରି କିର୍ତ୍ତୀ। 


ଧର୍ମ କର୍ମ ଠାରୁ    ସଦା ଯେ ଉଚ୍ଚରେ 

    ସେ'ତ ଈଶ୍ବର ସମାନ, 

ଜୀବନ ପୋଥିର  ବିଶେଷ ପୃଷ୍ଠା ସେ 

     ଜଟିଳ ତା' ତତ୍ତ୍ବଜ୍ଞାନ। 


ଉପସ୍ଥିତି ତାଙ୍କ   ଅସୀମ ସାହାସ

     କୋଳଟି ବିଜୟାସନ, 

ସେହି ପାଦପଦ୍ମେ   ରହିଥିଲେ ମତି 

     ମିଳେ ବୈକୁଣ୍ଠେ ଆସନ। 



Rate this content
Log in